ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ସିରିଜ । ତେବେ ଟେଷ୍ଟ ସିରିଜ ବିଜୟ ପରେ ଏହି ଟି-୨୦ ପାଇଁ ନିଜେ ପ୍ରସ୍ତୁତ ଅଛନ୍ତି ବୋଲି ବିରାଟ କୋହଲି ନିଜ ଟ୍ୱିଟରେ ସେୟାର କରିଛନ୍ତି । ଅନ୍ୟପକ୍ଷରେ ଏହି ଟି-୨୦ ସିରିଜରେ ଅଧିନାୟକ ଭାବେ ବିରାଟଙ୍କ ପାଇଁ ବହୁ ଚ୍ୟାଲେଂଜ ରହିବ । ବିଶେଷ ଭାବେ ଘୋଷଣା ହୋଇଥିବା ଖେଳାଳିଙ୍କ ମଧ୍ୟରୁ ଚୂଡାନ୍ତ ଏକାଦଶ ବାଛିବା ବିରାଟ ଏବଂ ଭାରତୀୟ ଟିମ ମ୍ୟାନେଜମେଣ୍ଟଙ୍କୁ ଅଡୁଆରେ ପକାଇପାରେ । ସେହିପରି ବହୁ ଦିନ ହେଲା ନିରବ ରହିଛି ବିରାଟଙ୍କ ବ୍ୟାଟ । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ବିରାଟ କୋହଲି ଆଖିଦୃଶିଆ ପ୍ରର୍ଦଶନ କରି ପାରି ନଥିଲେ । ତେବେ ଇଂଲଣ୍ଡ ବିପକ୍ଷ ଟି-୨୦ ଏବଂ ଏକଦିବସୀୟ ସିରିଜରେ ବିରାଟ କୋହଲି ସ୍କୋର କରିବେ ବୋଲି ତାଙ୍କ ଫ୍ୟାନ ମାନେ ଆଶା ରଖିଛନ୍ତି ।
