ଆଇପିଏଲ ୨୦୨୧ ଏପ୍ରିଲ ୯ ତାରିଖରୁ ଆରମ୍ଭ ହୋଇ ମେ ୩୦ ଯାଏ ଅନୁଷ୍ଠିତ ହେବ. ଆଇପିଏଲ ନିଲାମ ପକ୍ରିୟା ଶେଷ ହେବାର କିଛି ଦିନ ପରେ ଚେନ୍ନାଇ ସୁପର କିଙ୍ଗସ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନି, ଅମ୍ବାତି ରାୟୁଡୁ ଆଦି ଖେଳାଳି ଚେନ୍ନାଇରେ ପହଂଚିଥିଲେ. ଏହା ପରେ ସୁରେଶ ରାଇନା, ଋତୁରାଜ ଗାୟେକୱାଡ ଆଦି ଖେଳାଳି ପହଂଚି ମଧ୍ୟ ଚେନ୍ନାଇ ଅଭ୍ୟାସ ଶିବିରରେ ଯୋଗ ଦେଇଛନ୍ତି. ନେଟ ବୋଲର ଭାବେ ଦଳ ନିଯୁକ୍ତି ଦେଇଥିବା ବୋଲର ମାନେ ଏହି ବ୍ୟାଟସମାନ ମାନଂକୁ ଅଭ୍ୟାସ କରିବାରେ ସାହାଯ୍ୟ କରିଛନ୍ତି. ଚେନ୍ନାଇ ଦଳ ପ୍ରଥମ ଥର ପାଇଁ ପୂର୍ବ ଆଇପିଏଲରେ ପ୍ଲେ ଅଫ ଦୌଡ଼ରୁ ବାଦ ପଡିଥିଲା. ଦଳ ଚଳିତ ବର୍ଷ ଆଇପିଏଲ ଅକ୍ସନରେ କ୍ରୀଷ୍ଣାପା ଗୌତମ, ମୋଇନ ଅଲ୍ଲୀ ଆଦି ଖେଳାଳିଙ୍କୁ ନିଜ ଦଳରେ ସାମିଲ କରିଛି. ଏହା ସହ ଜୁନିଅର ମାଲିଙ୍ଗା କୁହାଯାଉଥିବା ଶ୍ରୀଲଙ୍କାର ଫାଷ୍ଟ ବୋଲର ମାଥିସା ପାଥିରାନା ଏବଂ ମହେଶ ଥିକସାନା ଆଦି ଖେଳାଳିଙ୍କୁ ଚେନ୍ନାଇ ନେଟ ବୋଲର ଭାବେ ଦଳରେ ସାମିଲ କରିଛନ୍ତି.
