ପରିତ୍ୟକ୍ତ କୂଅରୁ ମାଈହାତୀ ଉଦ୍ଧାର –

ପରିତ୍ୟକ୍ତ କୂଅରୁ ମାଈହାତୀ ଉଦ୍ଧାର –

ଆଜି ଅନୁଗୁଳ ଜିଲ୍ଲାର ପୁରୂନଗର ରେଞ୍ଜ ଅନ୍ତର୍ଗତ ବାଲିଜେରେଙ୍ଗ ଜଙ୍ଗଲ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଫସିରହିଥିବା ଏକ ମାଈହାତୀକୁ ଉଦ୍ଧାର କରିବା ପାଇଁ ବନ କର୍ମଚାରୀମାନେ ଉଦ୍ଧାର ଅଭିଯାନ ଆରମ୍ଭ କରିଛନ୍ତି । ସ୍ଥାନୀୟ ଲୋକମାନେ ବାଲିଜେରେଙ୍ଗ ଗ୍ରାମ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ଫସି ରହିଥିବା ଏକ ମାଈ ହାତୀ ପଡିଯାଇଥିବା ଜଙ୍ଗଲ ବିଭାଗକୁ ସୂଚନା ଦେଇଥିଲେ। ଜଙ୍ଗଲ ବିଭାଗ ଦ୍ବାରା ନିୟୋଜିତ ଦଳ ଯନ୍ତ୍ରପାତି ସହିତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ଗ୍ରାମବାସୀଙ୍କ କହିବାନୁସାରେ, ମାଈହାତୀଟି ଗତ ଆଠ ଘଣ୍ଟା ଧରି କୂଅରେ ଫସି ରହିଥିଲା। ସେ ଖାଦ୍ୟ ସନ୍ଧାନରେ ଜନବସତି ଆଡକୁ ମାଡିଆସିଥିଲା ।

Leave a Reply

Your email address will not be published. Required fields are marked *