ଆଜି ହେଉଛି ପବିତ୍ର ମହାଶିବରାତ୍ରି । ସନ୍ଧ୍ୟାରେ ଶିବ ମନ୍ଦିର ଗୁଡିକରେ ଭିଡକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଗହଳି ଯେପରି ନହେବ, କୋଭିଡ କଟକଣା କଡାକଡି ପାଳନ ହେବ, ସେ ନେଇ ଧ୍ୟାନ ଦିଆଯାଇଛି । ଜାଗର ପାଇଁ ସୁରକ୍ଷା ବ୍ୟବସ୍ଥା ନେଇ ଭୁବନେଶ୍ୱର ଡିସିପି ସୂଚନା ପ୍ରଦାନ କରିଛନ୍ତି । ସେ କହିଛନ୍ତି, ରାଜଧାନୀରେ ୩୪ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି । ଆଡିସନାଲ ଡିସିପି ଓ ଏସିପି ଙ୍କର ଶହେରୁ ଉର୍ଦ୍ଧ୍ୱ ଅଫିସର ମୁତୟନ ଅଛନ୍ତି ।
ଟ୍ରାଫିକ ପାଇଁ କଟକଣା ହୋଇଛି, କିଛି ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି । ଦର୍ଶନ ବେଳେ କୋଭିଡ ଗାଇଡଲାଇନ ମାନିବାକୁ ଅପିଲ କରିଛନ୍ତି ଡିସିପି ।
