ଆଜି ସକାଳେ ପୁରୀ ସମୂଦ୍ରକୂଳରେ ଗାଧୋଊଥିବା ବେଳେ ହଠାତ ବୁଡ଼ିଗଲେ ଜଣେ ଯୁବକ । ଯୁବକ ଜଣକ ବୁଡ଼ି ଯାଉଥିବାର ଦେଖି ସମୁଦ୍ରକୂଳରେ ଥିବା ଲୋକମାନେ ପାଟିକରି ଉଠିଥିଲେ ଯାହାଫଳରେ ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଥିବା ଲାଇଫ୍ ଗାର୍ଡମାନେ ଗଭୀର ସମୁଦ୍ର ଭିତରୁ ଯୁବକ ଜଣଙ୍କୁ ଉଦ୍ଧାର କରିଥିଲେ ।ସେଠାରେ ଯୁବକ ଜଣକଙ୍କ ଚେତା ନଫେରିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଯୁବକ ଜଣକ ହେଉଛନ୍ତି ପୁରୀ ରତ୍ନାକର ରୋଡ୍ ବାଲିନୋଳିଆ ସାହିର ଲୋକନାଥ ରାଓ ।
