କୋରାପୁଟରେ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା, ଭାରସାମ୍ୟ ହରାଇ ନାଳକୁ ଖସିପଡିଲା କାର

କୋରାପୁଟରେ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା, ଭାରସାମ୍ୟ ହରାଇ ନାଳକୁ ଖସିପଡିଲା କାର

କୋରାପୁଟ ରେ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା । ନନ୍ଦପୁର କମାରଗୁଡା ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁସାରେ ଦ୍ରୁତ ଗତିରେ ଆସୁଥିବା ଏକ କାର ହଠାତ୍ କମାରଗୁଡା ଛକ ନିକଟରେ ଭାରସାମ୍ୟ ହରାଇ ଏକ ନାଳ ଭିତରକୁ ଖସି ପଡିଥିଲା ।

କାର ରେ ଥିବା ସସସ୍ତ ଯାତ୍ରୀ ଗୁରୁତର ଭାବରେ ଆହାତ ହୋଇଥିବା ବେଳେ ଏପର୍ଯ୍ୟନ୍ତ କୌଣସି ମୃତାହତଙ୍କ ସୂଚନା ନାହିଁ । ତେବେ ବର୍ତମାନ ଘଟଣାସ୍ଥଳରେ ନନ୍ଦପୂର ପୋଲିସ୍ ପହଞ୍ଚି ଘଟଣାର ଅଧିକ ତଦନ୍ତ ଚଳାଇବା ସହିତ ଗୁରୁତର ଆହାତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *