ISRO ଦ୍ୱାରା ଲଞ୍ଚ ହେଲା ସାଉଣ୍ଡିଙ୍ଗ ରକେଟ୍ RH-560 , ବାୟୂମଣ୍ଡଳରେ ବ୍ୟବହାରିକ ପରିବର୍ତ୍ତନ ଆଣିବାରେ ହେବ ସହାୟକ

ISRO ଦ୍ୱାରା ଲଞ୍ଚ ହେଲା ସାଉଣ୍ଡିଙ୍ଗ ରକେଟ୍ RH-560 , ବାୟୂମଣ୍ଡଳରେ ବ୍ୟବହାରିକ ପରିବର୍ତ୍ତନ ଆଣିବାରେ ହେବ ସହାୟକ

ଇସ୍ରୋ ଦ୍ୱାରା ଲଞ୍ଚ ହେଲା ସାଉଣ୍ଡିଙ୍ଗ ରକେଟ୍ ଆରଏଚ୍‌-୫୬୦। ବାୟୂମଣ୍ଡଳରେ ବ୍ୟବହାରିକ ପରିବର୍ତ୍ତନ ଆଣିବା ଆଶାରେ ଏହି ରକେଟ୍ କୁ ଇସ୍ରୋ ଦ୍ୱାରା ଲଞ୍ଚ କରାଯାଇଛି । ଶୁକ୍ରବାର ରାତିରେ ଶ୍ରୀହରିକୋଟ୍ଟାରୁ ଏହି ରକଟେ୍ କୁ ଉତ୍‌କ୍ଷେପଣ କରାଯାଇଛି । ଏହି ନୂତନ ଜ୍ଞାନକୌଶଳ ଯୁକ୍ତ ରକେଟ୍ ବାୟୂମଣ୍ଡଳର ପରିବର୍ତ୍ତନର ମୁକାବିଲା କରିବା ଏବଂ ପ୍ଳାଜମା ଗତିଶୀଳତା ଉପରେ ଅଧିକ ଅଧ୍ୟୟନ କରିବାରେ ଏକ ନୂଆ ଦିଶା ଦେବାରେ ସହାୟକ ହେବ ବୋଲି ଇସ୍ରୋ କର୍ତ୍ତୂପକ୍ଷଙ୍କ ଠାରୁ ସୂଚନା ଦିଆଯାଇଛି ।ଏହି ସାଉଣ୍ଡିଙ୍ଗ ରକେଟ୍ ସାହାର୍ଯ୍ୟ ରେ ବାୟୂମଣ୍ଡଳର ଉପରିସ୍ଥ ଭାବରେ ହେଉଥିବା ସମସ୍ତ ପରିବର୍ତ୍ତନ ଉପରେ ଗବେଷଣା କରାଯିବ ସହିତ ଅନ୍ୟ ଗ୍ରହ ମାନଙ୍କର ବାୟୂମଣ୍ଡଳର ସ୍ଥିତି ବିଷୟରେ ମଧ୍ୟ ସମୀକ୍ଷା କରାଯାଇ ପାରିବ । ପୂର୍ବରୁ ଭାରତ ପାଖରେ ଏହି ଭଳି ଉନ୍ନତ ଜ୍ଞାନକୌଶଳ ଯୁକ୍ତ ରକେଟ୍ ର ପରୀକ୍ଷଣ କରାଯାଇନଥିଲା । ଯାହା ପୃଥିବୀ ସମେତ ଅନ୍ୟ ଗ୍ରହର ବାୟୂମଣ୍ଡଳ ମଧ୍ୟ ଅଧ୍ୟୟନ କରିପାରିବ ମାତ୍ର ତାହା ଏବେ ସମ୍ଭବ ହୋଇଛି ।

Leave a Reply

Your email address will not be published. Required fields are marked *