ଗତ ମାସ ୨୭ ତାରିଖରେ ଭିସୁଟରୁ ଏକାଧିକ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିବା କୁହାଯାଉଥିବା ବେଳେ ଏହା ଭୁଲ୍ ବୋଲି ପ୍ରମାଣିତ ହେବାପରେ କଣ୍ଟେନମେଣ୍ଟ ଜୋନ୍ ସବୁ ହଟାଯାଇଛି ଏବଂ ଭିସୁଟ୍ କୁଳପତି ଭି.ଭି ପତି ସୂଚନା ଦେଇଛନ୍ତି ଯେ ଆସନ୍ତା ୧୬ ତାରିଖରୁ ଅନଲ।।ଇନ୍ କ୍ଲାସ୍ ବନ୍ଦ କରାଯାଇ ପିଲାମାନଙ୍କୁ ଅଫଲାଇନ୍ ମାଧ୍ୟମରେ ଶ୍ରେଣୀଗୃହରେ ପାଠପଢା କରାଯିବ ।ଯାହାଫଳରେ ୧୭ ତାରିଖରୁ ପ୍ରଥମ ବର୍ଷର ଛାତ୍ରଛାତ୍ରୀ କ୍ୟାମ୍ପସ ଆସିବେ ବୋଲି ଜଣାପଡ଼ିଛି । ଫେବ୍ରୁଆରୀ ୨୮ରୁ ଭିସୁଟକୁ ସଟଡାଉନ୍ କରିବା ସହ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ କରିଥିଲା ।ସେବେଠୁ ଅନଲାଇନରେ ପାଠପଢ଼ା ଚାଲିଥିଲା । ପରେ ଜଣାପଡ଼ିଥିଲା ଆସିଥିବା କରୋନା ରିପୋର୍ଟ ନେଗେଟିଭ୍ । ତେବେ ଏହାକୁ ନେଇ ଛାତ୍ର ଅସନ୍ତୋଷ ପ୍ରକାଶ ପାଇଥିଲା
