ଆଜିଠୁ ୪ ଦିନ ଯାଏଁ ବ୍ୟାଙ୍କ ବନ୍ଦ

ଆଜିଠୁ ୪ ଦିନ ଯାଏଁ ବ୍ୟାଙ୍କ ବନ୍ଦ

୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣକୁ ବିରୋଧ କରାଯାଇ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ଦ୍ଵାରା ଦୁଇ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ଏହି ଧର୍ମଘଟ ୨ ଦିନ ଥିଲେ ମଧ୍ୟ ଲଗାତାର ୪ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ସୂଚନା ମିଳିଛି।୧୩ ମାର୍ଚ୍ଚରେ ମାସର ଦ୍ୱିତୀୟ ଶନିବାର ଏବଂ ତା’ପରେ ୧୪ ମାର୍ଚ୍ଚ ରବିବାର ପଡୁଛି। ସେହିପରି ବ୍ୟାଙ୍କଗୁଡିକ ୧୫ ଏବଂ ୧୬ ରେ ଧର୍ମଘଟ ଡାକରା ଦେଇଛନ୍ତି। ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ଦ୍ୱାରା ଡକାଯାଇଥିବା ଏହି ଧର୍ମଘଟରେ ୯ଟି ୟୁନିଅନ ରହିଛି।ଫେବୃଆରୀରେ ଉପସ୍ଥାପିତ ହୋଇଥିବା ୨୦୨୧ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨ଟି ସରକାରୀ ବ୍ୟାଙ୍କର ଘରୋଇକରଣ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *