କୋରାପୁଟ ଜିଲ୍ଲାରେ ଜଙ୍ଗଲ ନିଆଁ ଲିଭାଇଲେ ମହିଳା ସରପଞ୍ଚ

କୋରାପୁଟ ଜିଲ୍ଲାରେ ଜଙ୍ଗଲ ନିଆଁ ଲିଭାଇଲେ ମହିଳା ସରପଞ୍ଚ

ରାଜ୍ୟରେ ଜଙ୍ଗଲ ନିଆଁ ଲିଭିବାର ନାଁ ନେଉନାହିଁ  । ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଜଙ୍ଗଲରେ ନିଆଁ ମାଡିଚାଲିଛି  ।  ତେବେ ସରପଞ୍ଚ ହେବ ତ ଏମିତି  । ସାବାସ ପ୍ରତିମା  ।  କୋରାପୁଟ ଜିଲ୍ଲାରେ ଜଙ୍ଗଲ ନିଆଁ ଲିଭାଇଲେ ମହିଳା ସରପଞ୍ଚ  ।

ଜଙ୍ଗଲରେ ନିଆଁ ଲାଗିବାକୁ ନେଇ ସାରା ରାଜ୍ୟରେ ତୁମ୍ବିତୋଫାନ ଚାଲିଥିବାବେଳେ ବନବିଭାଗ ଅଧିକାରୀ କେତେ କାର୍ଯ୍ୟ କଲେ ବି ସୁଫଳ ମିଳିପାରିନାହିଁ  । ଏବେ କୋରାପୁଟ ଜିଲ୍ଲାର ଜଙ୍ଗଲରେ ନିଆଁ ଲାଗିଛି  ।  ଜୟପୁର ବନଖଣ୍ଡରେ ହୁତୁ ହୁତୁ ହୋଇ ଜଳିଲାଣି ଜଙ୍ଗଲ । ଜୟପୁର ବନଖଣ୍ଡ ଅନ୍ତର୍ଗତ ଫାମ୍ପୁଣି ଜଙ୍ଗଲ ହୁତୁହୁତୁ ହୋଇ ଜଳୁଥିବା ଖବର ପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ପହଁଞ୍ଚିଥିଲେ ମହିଳା ସରପଞ୍ଚ  । ସାହସିକତାର ସହ ଜଙ୍ଗଲକୁ ଯାଇ ନିଆଁ ଲିଭାଇବାରେ ସାମିଲ ହୋଇଛନ୍ତି ଫାମ୍ପୁଣିର ମହିଳା ସରପଞ୍ଚ ପ୍ରତିମା ନାୟକ । ଜୟପୁର ବ୍ଲକ ଫାମ୍ପୁଣି ସରପଞ୍ଚ ପ୍ରତିମା ନାୟକଙ୍କ ସମେତ ଗାଁ ଲୋକେ ସାମିଲ ହୋଇ ନିଆ ଲିଭାଇବାରେ ଲାଗିଛନ୍ତି  ।  ସେପଟେ ବନଖଣ୍ଡ ପକ୍ଷରୁ ମାତ୍ର ଦୁଇ ଜଣ ବନ କର୍ମଚାରୀ ଉପସ୍ଥିତ ଥିବା ସୂଚନା ମିଳିଛି  ।

Leave a Reply

Your email address will not be published. Required fields are marked *