ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହେଲା ରୁଟି ବ୍ୟାଙ୍କ ।

ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହେଲା ରୁଟି ବ୍ୟାଙ୍କ ।

ଅସହାୟ ବୁଲା ଗାଈ, ଷଣ୍ଢ,ମାଙ୍କଡ଼ ଓ କୁକୁର ମାନଙ୍କ ଭଳି ପଶୁ ମାନଙ୍କ ଭୋକିଲା ପେଟକୁ ଖାଦ୍ୟ ଯୋଗାଇବା ପାଇଁ,ଜଗତର ନାଥ ଜଗନ୍ନାଥଙ୍କ ମନ୍ଦିର ପାଖ ‘ବାଲି ସାହି’ ଠାରେ ଆରମ୍ଭ ହେଲା ରୁଟି ବ୍ୟାଙ୍କ ।ଯୁବ ସମାଜିକ କର୍ମୀ ତଥା ବଡ଼ ଠାକୁରଙ୍କ ସେବକ ସୁଜିତ କୁମାର ମୁଦୁଲିଙ୍କ ଆହ୍ୱାନ କ୍ରମେ, ବାଲି ସାହିର ଭଣ୍ଡାରୀ ଗଳି ଓ ରାଧାନାଥ ମଠ ପାଖରେ ଆରମ୍ଭ ହେଲା ରୁଟି ବ୍ୟାଙ୍କ ।ଏହି ମହତ କାର୍ଯ୍ୟକ୍ରମରେ ମନୋଜ ରାଉଳ, ଦେବ ପ୍ରସାଦ ମହାନ୍ତି, ଶାନ୍ତି ସମ୍ପଦ ତ୍ରିପାଠୀ, ଜିତେନ୍ଦ୍ର ମୁଦୁଲି, ଆନନ୍ଦ ସ୍ୱାଇଁ, ଶୁଭମ ପ୍ରଧାନ, ଚୈତନ ଦାଶ ଓ ମୁକେଶ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।ଆଗାମୀ ଦିନରେ ପୁରୀ ସହରର ସବୁ ସ୍ଥାନରେ ଏହିଭଳି ରୁଟି ବ୍ୟାଙ୍କ ସ୍ଥାପନ କରାଯାଇ,ଅସହାୟ ବୁଲା ଗାଈ, ଷଣ୍ଢ,ମାଙ୍କଡ଼ ଓ କୁକୁର ମାନଙ୍କ ଭଳି ପଶୁ ମାନଙ୍କ ଭୋକିଲା ପେଟକୁ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ,ପୁରୀ ଜିଲ୍ଲାରେ ରୁଟି ବ୍ୟାଙ୍କର ଆବାହକ ତଥା ସମାଜିକ କର୍ମୀ ସୁଜିତ ମୁଦୁଲି ।

 

Leave a Reply

Your email address will not be published. Required fields are marked *