ଧାନ ଯନ୍ତ୍ରଣା ଗୁହାରୀ ଶୁଣୁନି ପ୍ରଶାସନ, ଅନଶନରେ ବସିଥିବା ଚାଷୀ ଅସୁସ୍ଥ ହୋଇ ମେଡ଼ିକାଲରେ ଭର୍ତ୍ତି

ଧାନ ଯନ୍ତ୍ରଣା ଗୁହାରୀ ଶୁଣୁନି ପ୍ରଶାସନ, ଅନଶନରେ ବସିଥିବା ଚାଷୀ ଅସୁସ୍ଥ ହୋଇ ମେଡ଼ିକାଲରେ ଭର୍ତ୍ତି

ଧାନକିଣାରେ ଅନିମିତତା ପ୍ରତିବାଦରେ ଭଦ୍ରକ ଜିଲ୍ଲା ଯୋଗାଣ କାଯ୍ୟାଳୟ ଆଗରେ 3 ଦିନ ହେବ ଅନଶନରେ ବସିଥିବା ଜଣେ ଚାଷୀ ଅସୁସ୍ଥ  । ଚାଷୀ ରାମକୃଷ୍ଣ ପଣ୍ଡାଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି  ।

ଭଦ୍ରକ ଜିଲ୍ଲାରେ ଧାନକିଣାରେ ଅନିମିତତା ଓ ମଣ୍ଡି ସମସ୍ୟା ନେଇ ବାରମ୍ବାର ଚାଷୀ ଅଭିଯୋଗ କଲେ ମଧ୍ୟ ଜିଲ୍ଲା ପ୍ରଶାସନ ଶୁଣୁନି  । ବନ୍ଧଗାଁ ପଞ୍ଚାୟତର ଚାଷୀ ରାମକୃଷ୍ଣ ପଣ୍ଡା ବାବା ରାମେଶ୍ୱର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ ବିକ୍ରୟ କରି ନ ପାରି ଫେବୃଆରୀ 27ରେ ବିଷ ପିଇଥିଲେ  ।  ପରେ ଗୁରୁତର ହୋଇ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ ।  ତାଙ୍କ ଧାନ ସବୁ କିଣା ଯିବ ବୋଲି ଜିଲ୍ଲା ପ୍ରଶାସନ ପ୍ରତିଶୃତି ଦେଇଥିଲା  । କିନ୍ତୁ ଜିଲ୍ଲା ପ୍ରଶାସନ ପ୍ରତିଶୃତି ରଖିଲା ନାହିଁ ।  ଆଜିକୁ 3 ଦିନ ହେଲା ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିଥିଲେ ଚାଷୀ ରାମକୃଷ୍ଣ  ।  ଧାରଣାରେ ବସିଥିବା ଚାଷୀ ଅସୁସ୍ଥ ହୋଇ ପଡିଥିବା କାରଣରୁ ପୋଲିସ ତାଙ୍କୁ ନେଇ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛି  । ତେବେ ଯେ ପର୍ଯ୍ୟନ୍ତ ପ୍ରଶାସନ ତାଙ୍କ ଦାବୀ ନ ଶୁଣିବେ ସେ ପର୍ଯ୍ୟନ୍ତ ତାଙ୍କ ନିଷ୍ପତ୍ତିରୁ ଓହରିବେ ନାହିଁ ବୋଲି ଚାଷୀ ରାମକୃଷ୍ଣ ପଣ୍ଡା କହିଛନ୍ତି  ।

Leave a Reply

Your email address will not be published. Required fields are marked *