ଭୁବନେଶ୍ୱର ଆସୁଥିବା ତ୍ରିପାଠୀ ବସ ଦୁର୍ଘଟଣାଗ୍ରସ୍ତ, ହେଲପର ମୃତ 8 ଗୁରୁତର

ଭୁବନେଶ୍ୱର ଆସୁଥିବା ତ୍ରିପାଠୀ ବସ ଦୁର୍ଘଟଣାଗ୍ରସ୍ତ, ହେଲପର ମୃତ 8 ଗୁରୁତର

ନବରଙ୍ଗପୁରରୁ ଭୁବନେଶ୍ୱର ଯାଉଥିବା ତ୍ରିପାଠୀ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ହେଲ୍ପରଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରର ସୋମପେଟା ନିକଟରେ ଆଜି ଭୋରୁ ବସ ଏକ ଟିପରକୁ ଧକ୍କା ଦେଇଥିବା ସୂଚନା ମିଳିଛି ,ଗତକାଲି ସନ୍ଧ୍ୟାରେ ୩୩ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା ବସ ।  ଆନ୍ଧ୍ରପ୍ରଦେଶର ସୋମପେଟା ବସ୍ ଦୁର୍ଘଟଣାଗସ୍ତ ହୋଇଥିଲା । ଏଥିରେ ହେଲପର ଥିବା ସୁଧୀରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟ ହୋଇଛି । ଆଉ ଜଣେ ମହିଳା ଯାତ୍ରୀ ନିଖୋଜ ଥିବା ଜଣାପଡିଛି । ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଦୁର୍ଘଟଣାରେ ବସଟି ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି । 

Leave a Reply

Your email address will not be published. Required fields are marked *