କର୍ମଚାରୀ ସଂଗଠନର ଦେଶବ୍ୟାପୀ ଧର୍ମଘଟ ଯୋଗୁଁ ଆଜିଠାରୁ ୨ ଦିନ ବ୍ୟାଙ୍କ ସେବା ପ୍ରଭାବିତ ହେବ । ନ୍ୟୁ ୟୁନିୟନର ସମ୍ମିଳିତ ସଂଗଠନ ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କିଙ୍ଗ ୟୁନିୟନର ବୟାନ ଅନୁସାରେ ପ୍ରସ୍ତାବିତ ଘରୋଇକରଣ ବିରୋଧରେ ବ୍ୟାଙ୍କଗୁଡ଼ିକର ପାଖାପାଖି ୧୦ ଲକ୍ଷ କର୍ମଚାରୀ ଓ ଅଧିକାରୀ ଧର୍ମଘଟ ସହିତ ଜଡ଼ିତ ରହିବେ । ଏହି ଧର୍ମଘଟ କାରଣରୁ ବ୍ୟାଙ୍କରେ ଟଙ୍କା ଜମା କରିବା, ଟଙ୍କା ଉଠାଇବା, ଚେକ କ୍ଲିୟରନ୍ସ ଓ ଋଣ ସ୍ୱୀକୃତି ଭଳି କାମ ପ୍ରଭାବିତ ହେବ । କିନ୍ତୁ ଆଶ୍ୱସ୍ତିକର ଖବର ହେଲା ଯେ, ଘରୋଇ ବ୍ୟାଙ୍କ ଗୁଡ଼ିକ ଚାଲୁ ରହିବ । କିନ୍ତୁ ସରକାରୀ ବ୍ୟାଙ୍କ ଗୁଡ଼ିକ ସୋମବାର ଓ ମଙ୍ଗଳବାର ବନ୍ଦ ରହିବ । ଭାରତୀୟ ଷ୍ଟେଟ ବ୍ୟାଙ୍କ ସମେତ ଅନ୍ୟ ସରକାରୀ ବ୍ୟାଙ୍କ ନିଜର ଗ୍ରାହକଙ୍କୁ ସୂଚିତ କରିଛି ଯେ, ଯଦି ଧର୍ମଘଟ ହେବ, ତାହେଲେ ସେମାନଙ୍କର କାମ ଶାଖା ଓ କାର୍ଯ୍ୟାଳୟରେ ପ୍ରଭାବିତ ହୋଇପାରେ । ବ୍ୟାଙ୍କ ତରଫରୁ କୁହାଯାଇଛି ଯେ, ଶାଖା ଓ କାର୍ଯ୍ୟାଳୟକୁ ସୁପରିଚାଳିତ ଭାବେ ପରିଚାଳନା ପାଇଁ ପଦକ୍ଷେପ ନିଆଯାଉଛି ।
