ପୁରୀ ଜିଲ୍ଲା ବାସେଳିସାହି ଥାନା ଅନ୍ତର୍ଗତ ମିଶ୍ରସାହିରେ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ 3 ଜଣ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ଗୁରୁତର ଯୁବକଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଓଟିରେ ଦୀର୍ଘ ସମୟଧରି ଚାଲିଛି ଅପରେସନ୍ । ଗୁରୁତର ଯୁବକ ହେଉଛନ୍ତି ଅଲେଇ ଗଳିର ପ୍ରଦୀପ ତ୍ରିପାଠୀ ଓରଫ ସୁକାନ୍ତ ଆଲିଆସ ଟିମ । ବଟି ଆଦାୟକୁ କେନ୍ଦ୍ର କରି ସୁକାନ୍ତକୁ ହାଣିଦେଇଛନ୍ତି ତିନିଜଣ ଯୁବକ । ଗତ କିଛିଦିନଧରି ସୁକାନ୍ତକୁ ଏହି ଯୁବକମାନେ ଡରାଇ ଧମକାଇ ବଟି ଦେବାପାଇଁ ଧମକ ଦେଉଥିଲେ ବୋଲି ସୂଚନା ମିଳିଛି । ସୁକାନ୍ତ ଭବାନିକ୍ଳବ ନିକଟରେ ଏକ ଘର ତିଆରି କରିଥିବାରୁ ତା ଠାରୁ ଚାନ୍ଦା ଆଦାୟ କରିବା ପାଇଁ ଧମକ ଦେଉଥିଲେ । ଆଜି ସକାଳୁ ସୁକାନ୍ତ ମାର୍କଣ୍ଡେୟ ପୁଷ୍କରଣୀକୁ ଯାଉଥିବା ସମୟରେ ଦୁବୁର୍ତ୍ତ ମାନେ ଭୁଜାଲି ଏବଂ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ପୁରୀ ବାସେଳିସାହି ପୋଲିସ ଘଟଣାର ତଦନ୍ତ କରୁଛି ।


