ରାଜ୍ୟରେ ଦିନକୁ ଦିନ ଅପରାଧ ବଢୁଥିବା ବେଳେ ଦୁବୁର୍ତ୍ତଙ୍କ ନଜରରେ ଏବେ ମନ୍ଦିର , ମାର୍କେଟ ଓ ହୋଟେଲ୍ । ଯେଉଁଠାରେ ଅଧିକ ଜନସମାଗମ ଦେଖିବାକୁ ମିଳେ । ତେବେ ମନ୍ଦିରରେ ଯଦି ହଠାତ୍ ଆତଙ୍କ ସୃଷ୍ଟି ହୁଏ ସେହି ପରିସ୍ଥିତି ରେ ସାଧାରଣ ଲୋକଙ୍କୁ କଣ କରିବା ଉଚିତ୍ ? କେମିତି ସେହି ମୁହୁର୍ତ୍ତରୁ ନିଜକୁ ରକ୍ଷା କରିବେ ଏନେଇ ଆଜି ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ମକଡ୍ରିଲ କରିବେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ କମାଣ୍ଡୋ । ତେଣୁ ଆଜି ସକାଳେ ଏଥିପାଇଁ ଏନଏସଜିର(ନ୍ୟାସନାଲ ସିକ୍ୟୁରିଟି ଗାର୍ଡ) ଏକ ୫ଜଣିଆ ଟିମ୍ ଆସି ଭୁବନେଶ୍ୱରରେ ପହଂଚିଛନ୍ତି ।ଏଥିରେ ବଛା ବଛା ଅଫିସର ରହିବେ । ଶ୍ରୀଲିଙ୍ଗରାଜ ଥାନାର ଅଧିକାରୀମାନେ ମଧ୍ୟ ଅଭ୍ୟାସ କରିବେ । ରାଜ୍ୟ ପୁଲିସ ମୁଖ୍ୟାଳୟ ଆଇଜି ଅମିତାଭ ଠାକୁର ନୋଡାଲ୍ ଅଧିକାରୀ ଭାବରେ ଏନଏସଜିର ଏହି ମକଡ୍ରିଲ ତଦାରଖ କରିବେ ।ଏହି ଅଭ୍ୟାସ ବେଳେ କମିଶନରେଟ ପୋଲିସର ପୂର୍ଣ୍ଣ ସହଯୋଗ ରହିବ । ଏହା ପରେ ଆସନ୍ତା ୧୮ ତାରିଖରେ ପୁରୀ ଜଗନ୍ନାଥ ମନ୍ଦିରରେ ମକଡ୍ରିଲ କରାଯିବ ।
