ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଟି-୨୦ ସିରିଜର ଦ୍ୱିତୀୟ ଟି-୨୦ କ୍ରିକେଟ ମ୍ୟାଚରେ ଭାରତୀୟ ଦଳ ଧିମା ବୋଲିଂ ହାର ନେଇ ଦଣ୍ଡିତ ହୋଇଛନ୍ତି । ଏଥିପାଇଁ ସମସ୍ତ ଭାରତୀୟ ଖେଳାଳିଙ୍କ ୨୦ ପ୍ରତିଶତ ମ୍ୟାଚ ଫି’ କଟାଯାଇଛି । ଏହି ମ୍ୟାଚର ରେଫରି ଥିବା ଆଇସିସି ଏଲିଟ ପ୍ୟାନେଲ ମ୍ୟାଚ ରେଫରି ଜଭାଗଲ ଶ୍ରୀନାଥ ବିରାଟ କୋହଲି ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସୂଚନା ଅନୁସାରେ, ନିର୍ଦ୍ଧାରିତ ସମୟ ମଧ୍ୟରେ ଭାରତୀୟ ବୋଲରମାନେ ୨୦ ଓଭର ବୋଲିଂ ସମ୍ପୂର୍ଣ୍ଣ କରିପାରି ନଥିଲେ । ଭାରତୀୟ ଅଧିନାୟକ ଭାବେ କୋହଲି ନିଜ ଦୋଷ ମଧ୍ୟ ସ୍ୱୀକାର କରିଛନ୍ତି । ଏହି ମ୍ୟାଚରେ ଭାରତ ଇଂଲଣ୍ଡକୁ ୭ ୱିକେଟରେ ହରାଇ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ ରେ ବରାବର କରିଛି ।
