ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଟି-୨୦ ଶୃଙ୍ଖଳାର ୩ୟ ମୁକାବିଲା ହେବ । ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ୫ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ୩ୟ ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଖେଳାଯିବ । ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ପୁଣି ଥରେ ପଡ଼ିଆକୁ ଓହ୍ଲାଇବ । ମ୍ୟାଚ ଜିତିବା ପାଇଁ ଭାରତୀୟ ଟିମ ସ୍ୱତନ୍ତ୍ର ରଣନୀତି ମଧ୍ୟ ପ୍ରସ୍ତୁତ କରିଛି । ଭାରତୀୟ ଟିମ୍ର ଆଗଧାଡ଼ିର ଖେଳାଳିମାନେ ପୂରା ଫର୍ମରେ ଥିବାରୁ ମ୍ୟାଚ ଜିତିବା ଅଧିକ ଆଶା ଦେଖାଯାଉଛି । ଉଭୟ ଦଳ ଏପର୍ଯ୍ୟନ୍ତ ଶୃଙ୍ଖଳାରେ ୧-୧ରେ ରହିଛନ୍ତି । ପ୍ରଥମ ମ୍ୟାଚରେ ଇଂଲଣ୍ଡ ୮ ୱିକେଟ୍ରେ ଭାରତକୁ ପରାସ୍ତ କରିଥିଲା । ୨ୟ ମ୍ୟାଚକୁ ଭାରତ ୭ ୱିକେଟରେ ଜିତିଥିଲା । ତେଣୁୁ ଆଜିର ମୁକାବିଲା ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ମ୍ୟାଚ ଜିତିଲେ ଇଂଲଣ୍ଡ ବିପକ୍ଷରେ ୨-୧ରେ ଅଗ୍ରଣୀ ରହିପାରିବ । ଇଂଲଣ୍ଡ ବିପକ୍ଷରେ ଭାରତ ଶୃଙ୍ଖଳାର ୪ର୍ଥ ମ୍ୟାଚ ୧୮ରେ ଓ ୫ମ ତଥା ଅନ୍ତିମ ମ୍ୟାଚ ୨୦ ତାରିଖରେ ଖେଳିବ ।
