ଅଳିଆଗଦାରୁ ଦୁଇ ନବଜାତ ଶିଶୁଙ୍କ ମୃତଦେହ ଉଦ୍ଧାର

ଅଳିଆଗଦାରୁ ଦୁଇ ନବଜାତ ଶିଶୁଙ୍କ ମୃତଦେହ ଉଦ୍ଧାର

ବଅଁରପାଳରେ ଘଟିଛି ଏକ ଅଭାବନୀୟ ଘଟଣା। ରାସ୍ତାକଡ଼ରୁ ଠାବ ହୋଇଛି ୨ ନବଜାତଙ୍କ ମୃତଦେହ । ମହୀଧରପୁର ଉପରସାହି ନିକଟ ରାସ୍ତାକଡ଼ରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି । କେହି ଦୁଇ ନବଜାତଙ୍କୁ ଫିଙ୍ଗିଥିବା ସନ୍ଦେହ କରାଯାଉଛି ।

୨ଟି ଯାକ ମୃତଦେହ ଜବତ କରି ବଅଁରପାଳ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । କିଏ ଓ କାହିଁକି ମୃତ ଶିଶୁଙ୍କୁ ଆଣି ରାସ୍ତାକଡ଼ରେ ଫିଙ୍ଗିଲା ସେ ନେଇ ଚର୍ଚ୍ଚା ହେଉଛି। ଗତକାଲି ମେଡିକାଲ ଭିତରୁ ନବଜାତ ଶିଶୁର ମୃତଦେହ ନେଇଗଲା କୁକୁର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ତେବେ ମେଡିକାଲ ପରିସରରେ ଥିବା ଲୋକେ ହୋହାଲ୍ଲା କରିବାରୁ କୁକୁରଟି ମୃତଦେହକୁ ଛାଡ଼ି ଚାଲିଯାଇଥିଲା । ନବଜାତ ଶିଶୁଟି କାହାର ତାହା ଜଣାପଡ଼ି ନାହିଁ । ଏହା ଏକ ପ୍ରି-ମ୍ୟାଚ୍ୟୁର ଶିଶୁକନ୍ୟାର ମୃତଦେହ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ଭଦ୍ରକ ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *