କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ଠାରେ ଦେଶର ପ୍ରଥମ ସେଣ୍ଟ୍ରାଲାଇଜ ଏସି ରେଳ ଷ୍ଟେସନର ନିର୍ମାଣ କାମ ଶେଷ ହେବାକୁ ଯାଉଛି । ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଏହାର ଫଟୋ ସେୟାର କରିଛନ୍ତି । ପ୍ରଥମ ନଜର ବିମାନବନ୍ଦର ଭଳି ଦେଖାଯିବ । ଏହି ରେଳ ଷ୍ଟେସନ ୪୨୦୦ ବର୍ଗମିଟରରେ ନିର୍ମାଣ ହୋଇଛି । ଏହି ଷ୍ଟେସନକୁ ନିର୍ମାଣ କରିବାରେ ମୋଟ ୩୧୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ରେଳ ଷ୍ଟେସନର ନାମ ଏମ୍ ବିଶେଶ୍ୱରାୟ ଟର୍ମିନାଲ ରହିବ । ଯାତ୍ରୀଙ୍କୁ ଏହି ରେଳ ଷ୍ଟେସନରେ ଏୟାରପୋର୍ଟ ଓ ମେଟ୍ରୋ ଷ୍ଟେସନ ଭଳି ଅତ୍ୟାଧୁନିକ ସୁବିଧା ମିଳିବ । ରେଳମନ୍ତ୍ରୀ ପୀୟୁଷ ଗୋୟଲ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି । ଯଦି ଜଣେ ଯାତ୍ରୀ ପ୍ରଥମ ଥର ଏହି ଷ୍ଟେସନକୁ ଯିବେ, ତାଙ୍କୁ ବିମାନବନ୍ଦର ଭଳି ଲାଗିବ । ଏହି ଷ୍ଟେସନରେ ଏକକାଳୀନ ୫୦ ହଜାର ଲୋକ ଚଳପ୍ରଚଳ କରିପାରିବେ ।
ଏହି ଟର୍ମିନାଲରେ ଏକ ପାଦଚଲା ଓଭର ବ୍ରିଜ ରହିଛି । ଏହା ପ୍ଲାଟଫର୍ମକୁ ସଂଯୋଗ କରୁଛି । ଷ୍ଟେସନରେ ମୋଟ ୭ଟି ପ୍ଲାଟଫର୍ମ ରହିଛି । ଏହା ବ୍ୟତୀତ ଏକ୍ସେଲେଟର ଓ ଲିଫ୍ଟ ସୁବିଧା ରହିଛି । ଏହି ଷ୍ଟେସନ ଦେଇ ପ୍ରତିଦିନ ୫୦ଟି ଟ୍ରେନ ଅତିକ୍ରମ କରିବ । ଭିଆଇପିମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ସେହିପରି ଅତ୍ୟାଧୁନିକ ସୂଚନା ବ୍ୟବସ୍ଥା ରହିବ । ଖାଇବା-ପିଇବା ବ୍ୟବସ୍ଥା ଅତି ଉନ୍ନତମାନର ହେବ ।


