ଦେଶ ପରେ ବର୍ତ୍ତମାନ ରାଜ୍ୟ ମଧ୍ୟ କରୋନା ସଂକ୍ରମିତଙ୍କ ମାମଲାରେ ଭୟାବହତା ଆଡକୁ ଗତି କରୁଛି । ବଢୁଥିବା ସଂକ୍ରମଣ ମାମଲାକୁ ଦେଖି ରାଜ୍ୟସରକାର ସମସ୍ତ ଅଫିସରେ କରୋନା କଟକଣାକୁ କଡାକଡି ପାଳନ କରିବାରୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଅଫିସରେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ ପାଇଁ ଶୁକ୍ରବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଚିଠି ଲେଖିଥିଲା । ଏଥିସହ ସାର୍ବଜନୀନ ଭାବେ ହୋଲି ଓ ଦୋଳ ଉତ୍ସବ ପାଳନ ପାଇଁ ଏସଆରସି ଅଙ୍କୁଶ ଲଗାଇଛନ୍ତି । ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣି ରାତ୍ରୀକାଳୀନ କର୍ଫ୍ୟୁ ଲଗାଇବାକୁ ବିଚାରବିମର୍ଶ ଜାରି ରଖିଛନ୍ତି । ରାତ୍ରିକାଳୀନ କର୍ଫ୍ୟୁ ସହ ବିଭିନ୍ନ ସଭା ସମିତି ଓ କାର୍ଯ୍ୟକ୍ରମ ପାଇଁ ୫୦୦ ଲୋକ ସାମିଲ୍ ଅନୁମତିକୁ କମାଇ ୨୦୦ କରିବାକୁ ଯୋଜନା କରାଯାଉଥିବା ସୂତ୍ରରୁ ପ୍ରକାଶ ପାଇଛି । ଗତ ୬ ସପ୍ତାହ ପରେ ଶୁକ୍ରବାର ୧୧୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । କଟକର ୨ଟି ଶିକ୍ଷାନୁଷ୍ଠାନରେ ଗତ ୩ ଦିନ ମଧ୍ୟରେ ୪୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ମୁଖ୍ୟତଃ ଚିନ୍ତାକୁ ଦୁଇଗୁଣା କରିଦେଇଛି ।
