ରାଜଧାନୀରେ ସର୍ବସାଧାରଣ ସ୍ଥାନରେ ରଙ୍ଗ ଖେଳିବା ମନା । ହୋଲି ପର୍ବ ଓ ଦୋଳ ମେଲଣ ନେଇ ଲାଗୁ ହେଲା କଟକଣା । ରାଜ୍ୟ ସରକାରଙ୍କ ହୋଲି କଟକଣା ସମ୍ପୂର୍ଣ୍ଣ ପାଳନ କରାଯିବାକୁ ନିର୍ଦ୍ଦେଶ ଜାରି କଲେ ବିଏମସି କମିଶନର । ରାଜଧାନୀ ଭୁବନେଶ୍ୱରରେ ଦୋଳ ଓ ହୋଲି ପାଇଁ ପୃଥକ ପୃଥକ ନିୟମ ରହିବ । ସର୍ବସାଧାରଣରେ ହୋଲି ଖେଳିବ ଉପରେ ବାରଣ କରାଯାଇଛି । ନିଜ ଘରେ ପରିବାର ସଦସ୍ୟଙ୍କ ସହ ହୋଲି ଖେଳିପାରିବେ । ରଙ୍ଗ ବ୍ୟବସାୟୀମାନେ ବ୍ୟବସାୟ କରିପାରିବେ । କୌଣସି ଅସୁବିଧା ନାହିଁ । କିନ୍ତୁ ଦୋଳ ମେଳଣ ପାଇଁ ବିଏମସି ପାଖରୁ ପୂଜା କମିଟି ମାନେ ସ୍ୱତନ୍ତ୍ର ଅନୁମତି ନେବାକୁ ପଡିବ । ସେହିଭଳି ମେଳଣ ପଡ଼ିଆରେ କୋଭିଡ କଟକଣା ମାନି ଏକା ସାଙ୍ଗରେ ୫୦ ରୁ ୬୦ ଜଣ ଏକାଠି ହୋଇପାରିବେ । ଏଣୁ ମେଲଣ ପର୍ଯ୍ୟାୟ ଅନୁଯାୟୀ ହେବ । ପ୍ରତି ବିମାନ ସାଙ୍ଗେ ମାତ୍ର ୫ରୁ ୬ ଜଣ ଯାଇପାରିବେ । ପ୍ରତି ଥର ୧୦ଟି ବିମାନ ଏକାଠି ହୋଇପାରିବେ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି । ଏଣୁ ଅସାବଧାନତା ନୁହଁ ବରଂ ସଚେତନତା ଓ ସତର୍କତା ଅବଲମ୍ବନ କରିବା ଜରୁରୀ ।
