ତୃତୀୟ ଭାରତୀୟ ବ୍ୟାଟସମାନ ଭାବେ ସୂର୍ଯ୍ୟ କୁମାର ଯାଦବ ଟି-୨୦ ପର୍ଦାପଣରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଗତକାଲି ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଟି-୨୦ କ୍ରିକେଟରେ ଡେବ୍ୟୁ କରିବା ସହ ଅର୍ଦ୍ଧଶତକ ହାସଲ କରିଛନ୍ତି ସୂର୍ଯ୍ୟ କୁମାର ଯାଦବ । ଏହି ମ୍ୟାଚରେ ୩୧ ବଲରୁ ୫୭ ରନ ସ୍କୋର କରିବା ସହ ମ୍ୟାଚ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ମୁମ୍ବାଇର ଏହି ବ୍ୟାଟସମାନ । ତାଙ୍କ ପୂର୍ବରୁ ଅଜିଙ୍କ୍ୟ ରାହାଣେ ଏବଂ ଇଶାନ କିଶନ ମଧ୍ୟ ଡେବ୍ୟୁ ମ୍ୟାଚରେ ଅର୍ଦ୍ଧ ଶତକ ହାସଲ କରି ସାରିଛନ୍ତି । ପ୍ରଥମ ଭାରତୀୟ ଖେଳାଳି ଭାବେ ଅଜିଙ୍କ୍ୟ ରାହାଣେ ଟି-୨୦ ଡେବ୍ୟୁରେ ଅର୍ଦ୍ଧ ଶତକ ହାସଲ କରିଥିଲେ । ୨୦୧୧ ମସିହାରେ ଇଂଲଣ୍ଡ ବିପକ୍ଷରେ ନିଜର ପର୍ଦାପଣ ଟି-୨୦ ମ୍ୟାଚରେ ୬୧ ରନର ଇଂନିସ ଖେଳିଥିଲେ ରାହାଣେ । ସେହିପରି ଅହମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଭାରତ-ଇଂଲଣ୍ଡ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ପାଇଁ ଡେବ୍ୟୁ କରିଥିବା ଝାଡଖଣ୍ଡ ବ୍ୟାଟସମାନ ଇଶାନ କିଶନ ମଧ୍ୟ ୨୮ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ଏହି ମ୍ୟାଚରେ ୩୨ ବଲରୁ ୫୬ ରନ ସ୍କୋର କରିବା ସହ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।
