ଇଂଲଣ୍ଡ ବିପକ୍ଷ ଆଗାମୀ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ପାଇଁ ଭାରତୀୟ ଦଳରେ ପ୍ରସିଦ୍ଧ କ୍ରୀଷ୍ଣା , ସୂର୍ଯ୍ୟକୁମାର ଯାଦବ ଏବଂ କ୍ରୁନାଲ ପାଣ୍ଡ୍ୟା ପ୍ରଥମ ଥର ପାଇଁ ସାମିଲ ହୋଇଛନ୍ତି । ଚେତନ ଶର୍ମାଙ୍କ ନେତୃତ୍ୱରେ ଅଲ ଇଣ୍ଡିଆ ସିନିୟର ଚୟନ କମିଟି ଇଂଲଣ୍ଡ ବିପକ୍ଷ ଏକଦିବସୀୟ ସିରିଜ ପାଇଁ ୧୮ ଜଣିଆ ଦଳ ଘୋଷଣା କରିଛନ୍ତି. ଯେଉଁଥିରେ ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ସିରିଜରେ ଦଳରେ ରହିଥିବା ମନୀଷ ପାଣ୍ଡେ, ମାୟଙ୍କ ଅଗ୍ରୱାଲ, ସଞ୍ଜୁ ସାମସନ, ରବିନ୍ଦ୍ର ଜାଡେଜା, ଜସପ୍ରୀତ ବୁମ୍ରା ଏବଂ ମହମ୍ମଦ ଶାମି ପ୍ରମୁଖ ବାଦ ପଡିଛନ୍ତି । ବିରାଟ କୋହଲି ଏହି ଦଳର ନେତୃତ୍ୱ ନେଉଥିବା ବେଳେ ରୋହିତ ଶର୍ମାଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି.
ଭାରତୀୟ ଦଳ : ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), ଶିଖର ଧାୱନ, ଶୁଭମାନ ଗିଲ, ଶ୍ରେୟସ୍ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ତ (ୱିକେଟ୍ କିପର), କେ.ଏଲ୍ ରାହୁଲ (ୱିକେଟ୍ କିପର), ୟୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, କ୍ରୁନାଲ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ଟି ନାଟରାଜନ୍, ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ, ପ୍ରସାଦ କୃଷ୍ଣ, ଶାର୍ଦ୍ଦୁଲ ଠାକୁର ।
