ଉତ୍ତରପ୍ରଦେଶ, ଚିତ୍ରକୁଟରେ ବିଷାକ୍ତ ମଦ ପିଇ ୪ ମୃତ, ୩ ପୋଲିସ କର୍ମଚାରୀ ନିଲମ୍ବିତ

ଉତ୍ତରପ୍ରଦେଶ, ଚିତ୍ରକୁଟରେ ବିଷାକ୍ତ ମଦ ପିଇ ୪ ମୃତ, ୩ ପୋଲିସ କର୍ମଚାରୀ ନିଲମ୍ବିତ

ଉତ୍ତରପ୍ରଦେଶରେ ଲଗାତାର ଭାବେ ବିଷାକ୍ତ ମଦମୃତ୍ୟୁ ଖବର ଆସୁଛି । ପୂର୍ବରୁ ପ୍ରୟାଗରାଜ ଓ ପ୍ରତାପଗଡ଼ରେ ବିଷାକ୍ତ ମଦ ପିଇ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏବେ ଚିତ୍ରକୁଟରେ ୪ ଜଣ ଲୋକ ବିଷାକ୍ତ ମଦ ପିଇ ଜୀବନ ହାରିଛନ୍ତି । ଚିତ୍ରକୁଟ ରାଜାପୁର ଅଂଚଳର ଖୋପା ଗାଁରେ ରାତି କିଛି ଲୋକ ଏକ ଦୋକାନରୁ ମଦ କିଣି ପିଇଥିଲେ । ଏଥିରେ ଶନିବାର ରାତି ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ୨ ଜଣ ପ୍ରାଣ ହାରିଛନ୍ତି । ବିଷାକ୍ତ ମଦ ପ୍ରକ୍ରିୟାରେ ୪ ଜଣଙ୍କର ମୃତ୍ୟୁ ହେବା ପରେ ଚିତ୍ରକୁଟ ଜିଲ୍ଲା ପ୍ରଶାସନ ଭୟଭୀତ ହୋଇଯାଇଛି । ପୋଲିସ ଘଟଣା ସ୍ଥଳରେ ପହଂଚିଛି । ବିଷାକ୍ତ ମଦ ପିଇଥିବା ଲୋକଙ୍କୁ ପୋଲିସ ହସ୍ପିଟାଲରେ ଭର୍ତ୍ତି କରିଛି । ମଦ ମୃତ୍ୟୁ ଘଟଣାରେ ଜଣେ ଏସ୍‌ଆଇଙ୍କ ସମେତ ୩ ଜଣ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଚିତ୍ରକୁଟ ଏସ୍‌ପି ଅଙ୍କିତ ମିତ୍ତଲ ରାଜାପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ଓ ୨ ଜଣ ସିପାହୀଙ୍କୁ ନିଲମ୍ବନ କରିଛନ୍ତି । ଘଟଣାକୁ ଗମ୍ଭୀରତାର ସହିତ ନେଇ ଆଇ ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି । 

Leave a Reply

Your email address will not be published. Required fields are marked *