ଭୁବନେଶ୍ୱର XIMBରେ ୨୩ଜଣ କରୋନା, କ୍ୟାମ୍ପସକୁ ସିଲ୍ କଲା ବିଏମସି

ଭୁବନେଶ୍ୱର XIMBରେ ୨୩ଜଣ କରୋନା, କ୍ୟାମ୍ପସକୁ ସିଲ୍ କଲା ବିଏମସି

ଭୁବନେଶ୍ୱରର ଏକ ଘରୋଇ ମ୍ୟାନେଜମେଣ୍ଟ ଶିକ୍ଷାନୁଷ୍ଠାନ ସିଲ କଲା ବିଏମସି । 20 ରୁ ଅଧିକ କୋଭିଡ ପଜିଟିଭ ଚିହ୍ନଟ ପରେ ସିଲ ।

ରାଜଧାନୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ ଜାଭିୟର ଇନଷ୍ଟିଟ୍ୟୁଟ ଅଫ ମ୍ୟାନେଜମଣ୍ଟ ସିଲ କରାଯାଇଛି । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ବିଏମସି ପକ୍ଷରୁ ସିଲ କରାଯାଇଛି । କ୍ୟାମ୍ପସ ଭିତରେ ଥିବା ବ୍ୟକ୍ତିଙ୍କୁ ବାହାରକୁ ଛଡାଯାଉନାହିଁ । ଏବଂ କ୍ୟାମ୍ପସ ଭିତରେ ଥିବା ବ୍ୟକ୍ତି ମଧ୍ୟ ବାହାରକୁ ବାହାରି ପାରିବା ନାହିଁ  ।

କ୍ୟାମ୍ପସ ଭିତରେ ଏକ ଆଇସୋଲେସନ ରୁମ କରାଯାଇଛି । ସେହି ରୁମ ମଧ୍ୟରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ରହିଛନ୍ତି । ଆବଶ୍ୟକୀୟ ସାମଗ୍ରୀ ବିଏମସି ପକ୍ଷରୁ ଯୋଗାଇ ଦିଆଯାଉଛି । କେବଳ ବିଏମସି କର୍ମଚାରୀଙ୍କୁ କ୍ୟାମ୍ପସ ଭିତରକୁ ଯିବା ପାଇଁ ଅନୁମତି ରହିଥିବା ସ୍ପଷ୍ଟ ଭାବେ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *