୧୪୪ ଧାରା ଜାରି ;  ସ୍କୁଲ ଠିକା କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

୧୪୪ ଧାରା ଜାରି ; ସ୍କୁଲ ଠିକା କାମକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ପଟ୍ଟାମୁଣ୍ଡାଇ ପୌରାଞ୍ଚର ୧୧ନଂ. ୱାର୍ଡ ସଂଖ୍ୟାଲଘୁ ବସ୍ତିରେ ଏକ ସ୍କୁଲ ଠିକା କାମକୁ ନେଇ ସଂଖ୍ୟାଲଘୁ ଓ ଦଳିତ ସମ୍ପ୍ରଦାୟ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡିଛି । ପରିସ୍ଥିତି ଅଣାୟତ୍ତ ହେଉଥିବା ଲକ୍ଷ୍ୟ କରି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସହରରେ ୧୪୪ ଧାରା ଜାରି କରାଯିବା ସହିତ ସମଗ୍ର ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ଏହି ଘଟଣାରେ ଉଭୟ ସମ୍ପ୍ରଦାୟର ୨ଜଣ ଯୁବକଙ୍କୁ ପଟ୍ଟାମୁଣ୍ଡାଇ ପୁଲିସ ଥାନାକୁ ଧରି ଆଣି ପଚରାଉଚୁରା ଚଳାଇଛି ।  ୧୧ନଂ. ୱାର୍ଡ ସଂଖ୍ୟାଲଘୁ ବସ୍ତିରେ ଥିବା ଏକ ସ୍କୁଲ ଘର ନିର୍ମାଣ କାର‌୍ୟ୍ୟ ଚାଲିଥିବାବେଳେ ନିମ୍ନମାନର କାମ ହେଉଥିବା ଅଭିଯୋଗ କରି ଦଳିତ ସମ୍ପ୍ରଦାୟର ଜନୈକ ଯୁବକ ଏ ସଂପର୍କରେ ପୌରପରିଷଦ ଜେଇଙ୍କୁ ପଚାରିବା ସହିତ ଠିକଣା ଭାବେ ନିର୍ମାଣ କାର‌୍ୟ୍ୟ କରାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନୀ ଦେଇଥିଲେ ।

ଯାହାଫଳରେ ଠିକା କାମ ନେଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କ ସହିତ ସଂପୃକ୍ତ ଦଳିତ ସଂପ୍ରଦାୟର ଯୁବକଙ୍କ ପାଟିତୁଣ୍ଡ ଓ ଗଣ୍ଡଗୋଳ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ଗଣ୍ଡଗୋଳ ବଢିଯିବାରୁ ଉଭୟ ସଂପ୍ରଦାୟ ପକ୍ଷରୁ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦିଆଯାଇଥିଲା ।

ଏହି ଏତଲାକୁ ଭିତ୍ତି କରି ପଟ୍ଟାମୁଣ୍ଡାଇ ପୁଲିସ ୨ଟି ପୃଥକ ପୃଥକ ମାମଲା ରୁଜୁ କରିଥିଲା । ଗତକାଲି ରାତିରେ ଏହି ଘଟଣାକୁ କେନ୍ଦ୍ର କରି ଉଭୟ ଗୋଷ୍ଠୀ ମଧ୍ୟରେ ପୁନଃରାୟ ଗଣ୍ଡଗୋଳ ଘଟିଥିଲା । ଯାହାଫଳରେ ଦଳିତ ସଂପ୍ରଦାୟର ୧୧ଜଣ ଆହତ ହୋଇଥିବାବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ୩ ଜଣ ଆହତ ହୋଇଥିଲେ।

Leave a Reply

Your email address will not be published. Required fields are marked *