ସମ୍ବଲପୁରର ବୁର୍ଲା ଭୀମସାରେ ୧୮ ଜଣ ଛାତ୍ର ରାଗିଂ କରିବା ଅଭିଯୋଗରେ ସେମାନଙ୍କଠାରୁ ୫୪ ହଜାର ଟଙ୍କାର ଜରିମାନା ଲାଗୁ ହୋଇଛି । ଭୀମସାରରେ ଛାତ୍ରଙ୍କୁ ରାଗିଂ ଘଟଣାରେ ତଦନ୍ତ କମିଟିର ରିପୋର୍ଟ ପରେ ଡିନଙ୍କ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ବୁର୍ଲା ଭିମସାରରେ ଛାତ୍ରଙ୍କୁ ରାଗିଙ୍ଗ ଘଟଣାରେ ତଦନ୍ତ କମିଟିର ରିପୋର୍ଟ ପରେ ଡିନ ତଥା ଅଧ୍ୟକ୍ଷ ଜୟଶ୍ରୀ ଦୋରା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଅର୍ଥ ତୁରନ୍ତ ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ପରେ କଲେଜର ଚତୁର୍ଥ ବର୍ଷର ଛାତ୍ର ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଙ୍ଗି କରିଥିବା ଜଣାପଡିଛି । ପୂର୍ବରୁ ଭିମସାର ମେଡିକାଲ କଲେଜରେ ୨ଟି ଏବଂ ନର୍ସିଂ କଲେଜରେ ଗୋଟିଏ ଅଭିଯୋଗ ଆସିଥିଲା । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ହେଉନଥିବାବେଳେ ନ୍ୟାସନାଲ ଆଂଟି ରାଗିଙ୍ଗ ସେଲରେ ପୁଣି ଗୋଟିଏ ଅଭିଯୋଗ ହୋଇଛି ।
