ଦୁର୍ଘଟଣା ନେଲା ୧୩ ଜୀବନ, ୩ ଗୁରୁତର ;  ବସ୍ -ଅଟୋ ଧକ୍କା

ଦୁର୍ଘଟଣା ନେଲା ୧୩ ଜୀବନ, ୩ ଗୁରୁତର ; ବସ୍ -ଅଟୋ ଧକ୍କା

ଦୁର୍ଘଟଣା ନେଲା ୧୩ ଜୀବନ । ଆଉ ୩ ଜଣ ଗୁରୁତର ଅଛନ୍ତି । ମଧ୍ୟପ୍ରଦେଶର ଗ୍ୱାଲିୟରରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବସ୍ ଓ ଅଟୋ ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ପ୍ରଥମେ ୧୦ ଜଣ ପ୍ରାଣ ହରାଇଛନ୍ତି । ହସ୍ପିଟାଲ ନେବା ରାସ୍ତାରେ ଆଉ ୩ ଜଣଙ୍କର ମୃତ୍ୟୁ ହୋଇଛି । ଗ୍ୱାଲିଅରର ପୁରାନୀ ଛଓ୍ୱାନୀ ଅଞ୍ଚଳରେ ଆଜି  ସକାଳୁ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ଭିତରେ ୧୨ ଜଣ ମହିଳା ଓ ଅଟୋ ଡ୍ରାଇଭର ଅଛନ୍ତି । ମୃତ ମହିଳାମାନେ ଅଙ୍ଗନାବଡ଼ି ପାଇଁ ରୋଷେଇ କରନ୍ତି । କାମ ସାରି ଅଟୋରେ ଫେରୁଥିବା ବେଳେ ବସ୍ ସହ ଧକ୍କା ହୋଇଥିଲା । ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ୪ଲକ୍ଷ ଟଙ୍କା ଲେଖାଏ ଓ ଆହତଙ୍କୁ ୫୦ହଜାର ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଦେବାକୁ ଘୋଷଣା କରିଛନ୍ତି ।

 

Leave a Reply

Your email address will not be published. Required fields are marked *