ଏକକାଳୀନ 4ଟି ସ୍ଥାନରେ ରେଡ୍ ; ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଆରଏସ

ଏକକାଳୀନ 4ଟି ସ୍ଥାନରେ ରେଡ୍ ; ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଆରଏସ

ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦୁଝର ମୁକୁନ୍ଦପୁରପାଟଣା ଜିଆରଏସଙ୍କ ଘରେ ଭିଜିଲାନ୍ସ ରେଡ୍ । ଜଣେ ପରେ ଜଣେ ସରକାରୀ କର୍ମଚାରୀ ଦୁର୍ନୀତି ପାଇଁ ଭିଜିଲାନ୍ସ ପଞ୍ଝାରେ ପଡୁଛନ୍ତି । କେନ୍ଦୁଝର ଘଟଗାଁ ବ୍ଲକ ମୁକୁନ୍ଦପାଟଣା ଜିଆରଏସ ସୌଭାଗ୍ୟଲକ୍ଷ୍ମୀ ତ୍ରିପାଠୀଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ଥିଲା । ଆଜି ସୌଭାଗ୍ୟଲକ୍ଷ୍ମୀ ତ୍ରିପାଠୀଙ୍କ ଘର, ଅଫିସ ଓ ହୋଟେଲ ଓ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ 4ଟି ସ୍ଥାନରେ କେନ୍ଦୁଝର ଓ ବାଲେଶ୍ୱର ଭିଜିଲାନ୍ସର 3ଟି ଚିମ ଆଜି ସକାଳୁ ଯାଞ୍ଚ ଜାରି ରଖିଛି  । ତେବେ ଜିଆରଏସ ସୌଭାଗ୍ୟଲକ୍ଷ୍ମୀ ତ୍ରିପାଠୀଙ୍କର କେତେ ସ୍ଥାବର ଓ ଅସ୍ଥାବର ସମ୍ପତି ରହିଛି ତାହା ଜଣାପଡିନାହିଁ । ଯାଞ୍ଚ ସମୟରେ ଅନେକ ଜରୁରୀ କାଗଜପତ୍ର ଭିଜିଲାନ୍ସର ହସ୍ତଗତ ହୋଇଥିବା ଜଣାପଡିଛି ।

 

Leave a Reply

Your email address will not be published. Required fields are marked *