ପୁଣେରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ମ୍ୟାଚକୁ ୬୬ ରନରେ ଜିତିଲା ବିରାଟ ବାହିନୀ । ଶିଖର ଧାଓ୍ବନ ଓ କୃଣାଲ ପାଣ୍ଡ୍ୟାଙ୍କ ଧୂଆଁଧାର ବ୍ୟାଟିଂ ପରେ ବୋଲରଙ୍କ ଘାତକ ବୋଲିଂରେ ଚିତପଟାଙ୍ଗ ମାରିଛି ଇଂଲିଶ ଟିମ୍ । ଫଳରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ ।
ପ୍ରଥମେ ବ୍ୟାଟିଙ୍ଗ କରି ଭାରତ ନିର୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୩୧୭ ରନ କରିବା ସହ ଭ୍ରମଣକାରୀ ଦଳ ଇଂଲଣ୍ଡ ସମ୍ମୁଖରେ ୩୧୮ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଭାରତ ଶିଖର ଧୱନ, ବିରାଟ କୋହଲି, କୃର୍ଣ୍ଣାଲ ପାଣ୍ଡ୍ୟା ଏବଂ କେଏଲ ରାହୁଲଙ୍କ ଅର୍ଦ୍ଧ ଶତକ ବଲରେ ଭାରତ ୩୧୭ କରିବାକୁ ସକ୍ଷମ ହୋଇଛି । ଭାରତ ପକ୍ଷରୁ ଶିଖର ଧୱନ ସର୍ବାଧିକ ୯୮ ରନ କରିଥିବା ବେଳେ କେଏଲ ରାହୁଲ ୬୨, କୃର୍ଣ୍ଣାଲ ପାଣ୍ଡ୍ୟା ୫୮ ଏବଂ ଅଧିନାୟକ ବିରାଟ କୋହଲି ୫୬ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ସଫଳ ବୋଲର ଭାବେ ବେନ ଷ୍ଟୋକସ ୩୪ ରନରେ ତିନୋଟି ୱିକେଟ ଅକ୍ତିଆର କରିଥିଲେ । ୩୧୮ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ୪୭ ବଲ ବାକିଥାଇ ୨୫୧ ରନରେ ଅଲଆଉଟ ହୋଇଯାଇଛି. ଏକଦା ୧୩୫ ରନରେ ପ୍ରଥମ ୱିକେଟ ହରାଇଥିବା ଇଂଲଣ୍ଡ ଏହି ମ୍ୟାଚରେ ୬୬ ରନରେ ପରାଜୟ ବରଣ କରିଛି. ଇଂଲଣ୍ଡ ପକ୍ଷରୁ ଜନି ବେଷ୍ଟ୍ରୋ ସର୍ବାଧିକ ୯୪ ରନ କରିଥିବା ବେଳେ ଭାରତ ପକ୍ଷରୁ ଡେବ୍ୟୁଟାଣ୍ଟ ପ୍ରସିଦ୍ଧ କ୍ରୀଷ୍ଣା ସର୍ବାଧିକ ୪ ଟି ୱିକେଟ ଅକ୍ତିଆର କରିଛନ୍ତି । ୯୮ ରନର ଇଂନିସ ପାଇଁ ଶିଖର ଧୱନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଛି ।
