ଆଜି ରାତିଠୁ ମାଲକାନଗିରି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହେବ । ମାଲକାନଗିରି ଜିଲ୍ଲାରେ ମଧ୍ୟ ସଂକ୍ରମଣ ଭୟ ବଢିଛି । ଗଡ଼ ଯାତ୍ରା ଆରମ୍ଭ ହୋଇଥିବାରୁ ସତର୍କ ହୋଇଛି ଜିଲ୍ଲା ପ୍ରଶାସନ । ମାର୍ଚ୍ଚ 23 ତାରିଖ ରାତିରୁ ମାର୍ଚ୍ଚ 31 ତାରିଖ ଯାଏଁ ରାତି 9ଟାରୁ ସକାଳ 6ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ମାଲକାନଗିରି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି । ମାଲକାନଗିରିରେ ପ୍ରସିଦ୍ଧ ଗଡ଼ ଯାତ୍ରା ଆରମ୍ଭ ହୋଇଥିବା ବେଳେ ବିପୁଳ ଜନସମାଗମ ହେଉଛି । ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରିଛି ଜିଲ୍ଲା ପ୍ରଶାସନ । ଅଳ୍ପ ସଂଖ୍ୟକ ଲୋକରେ କୋଭିଡ୍ କଟକଣା ମାନ ଗଡ଼ ଯାତ୍ରା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ଏପରିକି ଯାତ୍ରାରେ ମେଳାକୁ ବାରଣ କରାଯାଇଛି । ଫଳରେ ଗଡ଼ ଯାତ୍ରାରେ ମୀନା ବଜାର ଲାଗିବ ନାହିଁ । ବର୍ତ୍ତମାନ ମାଲକାନଗିରି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଶୂନ ରହିଛି । ଯାତ୍ରାରେ ହଜାର ହଜାର ଲୋକଙ୍କ ଭିଡ଼କୁ ଦେଖି ମାଲକାନଗିରି ଜିଲ୍ଲା ପ୍ରଶାସନ ରାତ୍ରିକାଳୀନ କର୍ଫ୍ୟୁ ଲଗାଇଛି ।
