ମାଷ୍ଟରମାଇଣ୍ଡ ସମେତ ୫ଜଣଙ୍କୁ ଗିରଫ କଲା ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ , ୨୧ଲକ୍ଷ ଲୁଟ୍ ଘଟଣାର ପର୍ଦ୍ଦାଫାଶ;

ମାଷ୍ଟରମାଇଣ୍ଡ ସମେତ ୫ଜଣଙ୍କୁ ଗିରଫ କଲା ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ , ୨୧ଲକ୍ଷ ଲୁଟ୍ ଘଟଣାର ପର୍ଦ୍ଦାଫାଶ;

ଗତ ୧୭ ତାରିଖରେ ବନ୍ଧୁକ ମୁନରେ ହୋଇଥିବା ୨୧ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ସୁବର୍ଣ୍ଣପୁର ପୋଲିସ । ଏହି ଘଟଣାରେ ମାଷ୍ଟରମାଇଣ୍ଡ ରାଇଟର ସେଫ୍‌ଗାର୍ଡ ଏଜେନ୍ସିର ଏଟିଏମ୍ ଅଫିସର ସୁନୀଲ କୁମାର ମହାରଣା ଙ୍କ ସମେତ ୫ଜଣଙ୍କୁ ଗିରଫ କରାଯାଇଛି।

ସେମାନଙ୍କ ନିକଟରୁ ନଗଦ ୧୫ ଲକ୍ଷ ୩୦ହଜାର ଟଙ୍କା ଜବତ ହୋଇଛି ଏବଂ ଲୁଟ୍‌ରେ ବ୍ୟବହୃତ ୫ଟି ବାଇକ୍ ଓ ୧୦ଟି ମୋବାଇଲ ଜବତ ହୋଇଛି। ୨୧ଲକ୍ଷ ଟଙ୍କାକୁ ସେ ବ୍ୟାଗ୍‌ରେ ଭର୍ତ୍ତି କରି ଉଲୁଣ୍ଡା ଅଭିମୁଖେ ବାଇକ୍‌ରେ ଏକୁଟିଆ ଯାଉଥିଲେ ଏଟିଏମ୍ ଅଫିସର ସୋନପୁର ବ୍ଲକ ଛକ ଅଞ୍ଚଳର ସୁଧାଂଶୁ ପ୍ରଧାନ ।ବୀରମହାରାଜପୁର ଥାନା ବାଘଲପୁର ଛକ ନିକଟରେ ୬ଜଣ ଦୁର୍ବୃତ୍ତ ୪ଟି ବାଇକ୍‌ରେ ବନ୍ଧୁକ ଓ ଭୁଜାଲି ଦେଖାଇ ୨୧ଲକ୍ଷ ଟଙ୍କା ଓ ମୋବାଇଲ ଫୋନ୍ ଲୁଟିନେଇ ଫେରାର ହୋଇଯାଇଥିଲେ। ପରେ ସୁଧାଂଶୁଙ୍କ ଅଭିଯୋଗକ୍ରମେ ହେଡକ୍ୱାର୍ଟର୍ସ ଡିଏସ୍‌ପି ସତ୍ୟଜିତ ମିଶ୍ରଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା । ଯେଉଁଥିରେ ଆଜି ପୋଲିସ୍ କୁ ସଫଳତା ମିଳିଛି 

Leave a Reply

Your email address will not be published. Required fields are marked *