ଧାନବସ୍ତା ରଖି ଖୋର୍ଦ୍ଧା-କଣ୍ଟିଲୋ ମୁଖ୍ୟ ରାସ୍ତା ଅବରୋଧ କଲେ ଶତାଧିକ ଚାଷୀ

ଧାନବସ୍ତା ରଖି ଖୋର୍ଦ୍ଧା-କଣ୍ଟିଲୋ ମୁଖ୍ୟ ରାସ୍ତା ଅବରୋଧ କଲେ ଶତାଧିକ ଚାଷୀ

ମଣ୍ଡି ଅବ୍ୟବସ୍ଥା ଓ ଧାନକିଣା ସମସ୍ୟା । ମଣ୍ଡିରେ ଅନିୟମିତତା ପ୍ରତିବାଦରେ ତାତିଲେ ଚାଷୀ । ଶହ ଶହ ବସ୍ତା ଧାନ ଧରି ଶତାଧିକ ଚାଷୀଙ୍କ ଖୋର୍ଦ୍ଧା-କଣ୍ଟିଲୋ ମୁଖ୍ୟ ରାସ୍ତା ଅବରୋଧ । କଢ଼ାମଲ ପୁଇଁଚା ମଣ୍ଡିରେ ଅନିୟମିତତା ନେଇ କଢ଼ାମଲ ଓ ପଣ୍ଡଳମ ସେବା ସମବାୟ ସମିତିର ଶତାଧିକ ଚାଷୀ ପ୍ରତିବାଦ କରିଛନ୍ତି । ମଣ୍ଡିରେ ଧାନ କିଣା ସମସ୍ୟା ନେଇ ଅନେକ ଥର ବାଙ୍କୀ ଅଞ୍ଚଳର ଚାଷୀ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ କୌଣସି ଫଳ ମିଳିନାହିଁ  । ଫଳରେ ଚାଷୀ ଉତ୍ୟକ୍ତ ହୋଇ ଖୋର୍ଦ୍ଧା-କଣ୍ଟିଲୋ ମୁଖ୍ୟ ରାସ୍ତାରେ ଧାନବସ୍ତା ରଖି ରାସ୍ତାରୋକ କରିଛନ୍ତି ।

Leave a Reply

Your email address will not be published. Required fields are marked *