ଇଂଲଣ୍ଡ ବିପକ୍ଷ ଏକଦିବସୀୟ ସିରିଜରୁ ଆହତ ସମସ୍ୟା ଯୋଗୁଁ ଶ୍ରେୟାସ ଆୟର ବାଦ

ଇଂଲଣ୍ଡ ବିପକ୍ଷ ଏକଦିବସୀୟ ସିରିଜରୁ ଆହତ ସମସ୍ୟା ଯୋଗୁଁ ଶ୍ରେୟାସ ଆୟର ବାଦ

ଭାରତ – ଇଂଲଣ୍ଡ ସିରିଜର ପ୍ରଥମ ମ୍ୟାଚରେ ଫିଲଡିଂଗ କରୁଥିବା ବେଳେ ଶ୍ରେୟାସ ଆୟାର ଆହତ ହୋଇ ମ୍ୟାଚ ଶେଷ ପର୍ଯ୍ୟନ୍ତ ଆଉ ଫିଲଡିଂଗ କରି ପାରିନଥିଲେ । ତେବେ ଏହି ଆହତ ସମସ୍ୟା ଯୋଗୁଁ ସେ ଏକଦିବାସୀୟ ସିରିଜର ବାକି ଥିବା ଦୁଇଟି ମ୍ୟାଚ ଏବଂ କିଛିଟା ଆଇପିଏଲ ଖେଳିବାରୁ ବଞ୍ଚିତ ହେବେ ।  ପ୍ରଥମ ଏକଦିବସୀୟ ମ୍ୟାଚରେ ଜନି ବେଷ୍ଟ୍ରୋଙ୍କ ଏକ ଚଉକା ବଞ୍ଚାଇବାକୁ ଡ୍ରାଇଭ ମାରିବା ବେଳେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା ଏବଂ ଏହା ପରେ ସେ ପଡିଆ ବାହାରକୁ ଚାଲି ଯାଇଥିଲେ ଏବଂ ତାଙ୍କ ସ୍ଥାନରେ ଶୁଭମାନ ଗିଲ ପଡିଆରେ ଫିଲଡିଙ୍ଗ କରିଥିଲେ । ତେବେ ଶେଷ ଦୁଇଟି ଦିନିକିଆରେ ଆୟାରଙ୍କ ସ୍ଥାନରେ ରିଷଭ ପନ୍ଥ କିମ୍ବା ସୂର୍ଯ୍ୟ କୁମାରଙ୍କୁ ଖେଳିବାକୁ ସୁଯୋଗ ମିଳିପାରେ. ସେହିପରି ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲସ ଦଳର ନେତୃତ୍ୱ ନେଉଥିବା ଆୟାରଙ୍କ ଅନୁପସ୍ଥିତିରେ ରିଷଭ ପନ୍ଥ, ଆଜିଙ୍କ୍ୟ ରାହାଣେ କିମ୍ବା ଆର. ଅଶ୍ୱିନ ଦଳର ନେତୃତ୍ୱ ନେଇ ପାରନ୍ତି.

Leave a Reply

Your email address will not be published. Required fields are marked *