ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ଚାଲିବ ମେମୁ ଟ୍ରେନ୍

ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ଚାଲିବ ମେମୁ ଟ୍ରେନ୍

 ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ଗଡିବ ମେମୁ ଟ୍ରେନ୍ । ୭ ଏପ୍ରିଲ ୨୦୨୧ରୁ ଭୁବନେଶ୍ୱର ଏବଂ ଭଦ୍ରକ ମଧ୍ୟରେ ମେମୁ ଟ୍ରେନ୍ ଚଳାଇବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଟ୍ରେନ୍ ଭୁବନେଶ୍ବରରୁ ସନ୍ଧ୍ୟା ୫ଟା ୫୫ ମିନିଟରେ ଛାଡି ଭଦ୍ରକରେ ରାତି ୯ଟା ୧୫ ମିନିଟରେ ପହଞ୍ଚିବ । ପ୍ରତ୍ୟାବର୍ତ୍ତନ ଦିଗରେ ୮ ଏପ୍ରିଲ ୨୦୨୧ ଠାରୁ ଭଦ୍ରକରୁ ଭଦ୍ରକ-ଭୁବନେଶ୍ୱର ମେମୁ ସକାଳ ୬ଟା ୧୫ମିନିଟରେ ଛାଡି ଭୁବନେଶ୍ୱର ଠାରେ ପୂର୍ବାହ୍ନ ୯ଟା ୫୦ରେ ପହଞ୍ଚିବ । ଏହି ଟ୍ରେନ ଭୁବନେଶ୍ୱର ଓ ଭଦ୍ରକ ମଧ୍ୟରେ ଉଭୟ ପାର୍ଶ୍ୱରୁ ବାଣୀ ବିହାର, ମଞ୍ଚେଶ୍ୱର, ପଟିଆ, ବାରଙ୍ଗ, ଗୋପାଳପୁର, ବାଲିକୁଦା, କାଠଯୋଡ଼ି PH, କଟକ, କେନ୍ଦ୍ରାପଡା ରୋଡ, ମଙ୍ଗୁଳି ଚୌଦ୍ୱାର, ନିର୍ଗୁଣ୍ଡି, କପିଳାସ ରୋଡ, ଶ୍ରୀ ଝIଡ଼େଶ୍ୱର, ଧାନମଣ୍ଡଳ, ହରିଦାସପୁର, ନୂଆ ଗଡ଼ମଧୁପୁର, ଜେନାପୁର, ବ୍ରାହ୍ମଣୀ, ଜଖପୁରା, ଯାଜପୁର କେନ୍ଦୁଝର ରୋଡ, କୋରାଇ, ବୈତରଣୀ ରୋଡ, ଦୁଲାଖାପାଟନା, ମଞ୍ଜୁରୀ ରୋଡ, କେନ୍ଦୁଆପଦା, କପାଲି ରୋଡ ଏବଂ ବାଉଦପୁର ଷ୍ଟେସନ ମାନଙ୍କରେ ରହଣି କରିବ । 

ପୂର୍ବତଟ ରେଳପଥ ପକ୍ଷରୁ ଗତକାଲି ଭୁବନେଶ୍ୱର ଏବଂ କେନ୍ଦୁଝର ରୋଡ଼, ଏବଂ ପୁରୀ ଓ ଅନୁଗୁଳ ମଧ୍ୟରେ ମେମୁ ଟ୍ରେନ୍ ଚଳାଇବା ପାଇଁ ଘୋଷଣା କରାଯାଇଥିଲା ​​। ଏହା ବ୍ୟତୀତ ଯାତ୍ରୀଙ୍କ ସୁବିଧା ପାଇଁ ହାଟିଆ ଓ ପୁରୀ, ସମ୍ବଲପୁର ଓ ପୁରୀ ଏବଂ ପାରାଦୀପ ଓ ପୁରୀ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ମଧ୍ୟ ଘୋଷଣା କରାଯାଇଥିଲା ।

Leave a Reply

Your email address will not be published. Required fields are marked *