ତହସିଲଦାର ଭୟରେ ୨୦ଲକ୍ଷର ଲାଞ୍ଚ ଟଙ୍କା ଜାଳିଦେଲେ

ତହସିଲଦାର ଭୟରେ ୨୦ଲକ୍ଷର ଲାଞ୍ଚ ଟଙ୍କା ଜାଳିଦେଲେ

ରେଡ଼ ପୂର୍ବରୁ  ତହସିଲଦାର ଛାନିଆ,  ଧରା ପଡ଼ିବା ଭୟରେ ଜାଳିଦେଲେ 20ଲକ୍ଷ ଟଙ୍କା । ରାଜସ୍ଥାନର ସିରୋହି ଜିଲ୍ଲାର  ପିଣ୍ଡଓ୍ୱାଡାର ତହସିଲଦାର କଳ୍ପେଶ ଜୈନଙ୍କ ଘରେ ରେଡ୍ କରିବା ପାଇଁ ଯିବା ସମୟରେ ଗ୍ୟାସରେ ପୋଡ଼ି ନଗଦ ୨୦ଲକ୍ଷ ଟଙ୍କା ସହ ବିଭିନ୍ନ ପ୍ରମାଣ ନଷ୍ଟ କରିଦେଇଛନ୍ତି । ତେବେ ରେଡ଼୍ ପାଇଁ ଆସିଥିବା ଆଣ୍ଟି କରପସନ୍ ବ୍ୟୁରୋ ଅଧିକାରୀ ମାନଙ୍କୁ ଘର ଭିତରକୁ ନଛାଡ଼ିବା ସହ ଘର ଭିତରେ ଥାଇ ତାଙ୍କ ସ୍ତ୍ରୀ ନିଜ ପାଖରେ ଥିବା ୨୦ ଲକ୍ଷ ଟଙ୍କା ପୋଡ଼ି ଦେଲେ ତେବେ ଏହି ଟଙ୍କା ପୋଡ଼ିବା ଦୃଶ୍ୟ ଅଧିକାରୀଙ୍କ ମଧ୍ୟରୁ ଜଣେ ଝରକା ରେ ସବୁ ଦେଖିବା ସହ ଭିଡ଼ିଓ କରିଥିଲେ ଯାହା ଏବେ ମୋବାଇଲ୍ କୁ ମୋବାଇଲ୍ ଘୁରି ବୁଳୁଛି । ପୂର୍ବରୁ ପିଣ୍ଡଓ୍ୱାଡାର ରାଜସ୍ୱ ନୀରିକ୍ଷକ ପରବତ୍ ସିଂହ ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଥିଲେ । ତେବେ ଏହି ଲାଞ୍ଚ ସେ ତହସିଲଦାର କଳ୍ପେଶ୍ ଜୈନଙ୍କ ପାଇଁ ନେଉଥିବା ଆଣ୍ଟି କରପସନ ବ୍ୟୁରୋ ନିକଟରେ ସ୍ୱିକାର କରିଥିଲା ।

Leave a Reply

Your email address will not be published. Required fields are marked *