ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୮ ବଖରା ଘର, ନଷ୍ଟ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୮ ବଖରା ଘର, ନଷ୍ଟ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

ଜଳି ପୋଡି ପାଉଁଶ ହେଇଗଲା 9ଟି ପରିବାରର 18 ବଖରା । ଏପରିକି ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଏପରି ଭୟାବହ ଅଗ୍ନିକାଣ୍ଡ ଘଟିଛି ଗଂଜାମ ଜିଲ୍ଲା ରାଧାକୃଷ୍ଣପୁର ଗାଁରେ।  ମଙ୍ଗଳବାର ଗ୍ରାମର କିଛି ବ୍ୟକ୍ତି ବିଦ୍ୟୁତ ବିଲ ବାନ୍ଧିବାକୁ ସୋରଡ଼ା ଯାଇଥିଲେ । ଏହି ସମୟରେ ଗାଁରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡର ପ୍ରକୋପ ଏତେ ଅଧିକ ଥିଲା ଯେ ଗାଁ ଲୋକେ ଏହାକୁ ଆୟତ୍ତ କରିବାରେ ବିଫଳ ହୋଇଥିଲର। ତେବେ ସୂଚନା ପାଇ ଦମକଳ ବାହିନୀ ଘଟଣା ନିଆଁକୁ ଆୟତ୍ତ କରିଥିଲା।  ଅଗ୍ନିକାଣ୍ଡରେ ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତି ଜଳି ପୋଡି ପାଉଁଶ ହୋଇଯାଇଛି । ବିଭିନ୍ନ ଆସବାବପତ୍ର ଓ ଖାଦ୍ୟ ସାମଗ୍ରୀ ଜଳି ଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *