ଅସଦାଚରଣ କରିଥିବା ଅଭିଯୁକ୍ତ ନିଶା ମୁକ୍ତି କେନ୍ଦ୍ରରେ ୧ ମାସ କରିବ ସେବା

ଅସଦାଚରଣ କରିଥିବା ଅଭିଯୁକ୍ତ ନିଶା ମୁକ୍ତି କେନ୍ଦ୍ରରେ ୧ ମାସ କରିବ ସେବା

ଦିଲ୍ଲୀ ହାଇକୋର୍ଟ ମହିଳାଙ୍କୁ ଅସଦାଚରଣ କରିଥିବା ଜଣେ ଅଭିଯୁକ୍ତଙ୍କୁ ବିରଳ ଦଣ୍ଡ ଦେଇ ତାର ଅପରାଧକୁ ବୋଧ କରିବାକୁ ଉଦ୍ୟମ କରିଛନ୍ତି । ଅଦାଲତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଖାରଜ କରିବାକୁ ମଂଜୁରୀ ଦେଇଛନ୍ତି । କିନ୍ତୁ ଏହି ନିର୍ଦ୍ଦେଶ ସହିତ ଏକ ମାସ ଯାଏଁ ଏକ ନିଶା ମୁକ୍ତି କେନ୍ଦ୍ରରେ ଗୋଷ୍ଠୀ ସେବା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଅଭିଯୁକ୍ତ ବିକ୍ରମଜୀତ ସିଂହଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେ ଦରିୟାଗଂଜ ସ୍ଥିତ ଏକ ନିଶା ମୁକ୍ତି କେନ୍ଦ୍ରରେ ଏକ ମାସ ଯାଏଁ ଗୋଷ୍‌ଠୀ ସେବା କରନ୍ତୁ । ଏହି କେନ୍ଦ୍ର ସୋସାଇଟି ଫର ପ୍ରମୋଶନ ଅଫ ୟୁଥ ଆଣ୍ଡ ମାସେସ ଦ୍ୱାରା ପରିଚାଳିତ ହେଉଛି । ସିଂହଙ୍କୁ ଏପ୍ରିଲ ୧ ତାରିଖ ଠାରୁ ସେବା କରିବାକୁ କୁହାଯାଇଛି । ଏହି ଆଧାରରେ ସେ ଏପ୍ରିଲ ୩୦ ତାରିଖ ଯାଏଁ, ସେ ସେବା କରିବେ । ଅଭିଯୁକ୍ତଙ୍କ ବିରୋଧରେ ୧ ଲକ୍ଷ ଟଙ୍କା ଜରିମାନା ଲାଗିଛି । ଏହି ରାଶିରୁ ୨୫ ହଜାର ଟଙ୍କା ଡିଏଛସିବିଏର ଲୟର୍ସ ସୋସିଆଲ ସିକ୍ୟୁରିଟି ଆଣ୍ଡ ୱେଲଫେୟାର ଫଣ୍ଡ ଏବଂ ୨୫ ହଜାର ଟଙ୍କା ନିର୍ମଳ ଛାୟା ଫାଉଣ୍ଡେସନକୁ ଦିଆଯିବ । ବାକି ୫୦ ହଜାର ଟଙ୍କା ଆର୍ମି ୱେଲଫେୟାର ଫଣ୍ଡ ବେଟେଲ କାଜୁଆଲିଟିରେ ଜମା କରାଯିବ ।

Leave a Reply

Your email address will not be published. Required fields are marked *