ୱାର୍ଲଡ ସିରିଜରେ ଅଂଶଗ୍ରହଣ କରିଥିବା ଚାରି କ୍ରିକେଟର ସଚିନ ତେନ୍ଦୁଲକର, ଇରଫାନ ପଠାନ, ୟୁସୁଫ ପଠାନ, ଏସ.ବଦ୍ରିନାଥଙ୍କ ପରେ ଏବେ ମହିଳା କ୍ରିକେଟର ହରମନପ୍ରୀତ କୌର କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଭାରତୀୟ କ୍ରିକେଟ ଦଳର ଅଧିନାୟିକା ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ଅଂଶଗ୍ରହଣ କରିଥିଲେ । କିଛି ଦିନ ଧରି ସେ ଅସୁସ୍ଥ ଥିବାରୁ ସେ ଟେଷ୍ଟ କରାଇଥିଲେ ଏବଂ ଏହା କରୋନା ପଜିଟିଭ ଆସିଛି । ହରମନପ୍ରୀତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଅନ୍ୟମାନଙ୍କ ପରି ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ଏବେ କ୍ୱାରେଣ୍ଟିନରେ ରହିଛନ୍ତି ।
