ରାଜ୍ୟରେ ବେଧଡକ ଚାଲିଛି ବ୍ରାଉନସୁଗାର ଚାଲାଣ କାରବାର । ଏହାର ପେଣ୍ଠସ୍ଥଳୀ ପାଲଟିଛି ଖୋର୍ଦ୍ଧା ଜିଲ୍ଲା। ଆଜି ଖୋର୍ଦ୍ଧା ଜିଲ୍ଲାରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କଲା କ୍ରଇମବ୍ରାଞ୍ଚ୍ ଏସଟିଏଫ୍ । ବିଶେଷ ସୂତ୍ରରୁ ଖବର ପାଇଁ କ୍ରଇମବ୍ରାଞ୍ଚ୍ ଏସଟିଏଫ୍ ଖୋର୍ଦ୍ଧା ଜିଲ୍ଲାର ଏକ ଅଞ୍ଚଳରେ ଚଢ଼ାଉ କରିଥିଲା । ସେଠାରୁ କୋଟିଏ ଟଙ୍କାର ଧଳା ଜହର ଜବତ କରାଯାଇଛି । ଏହି ଘଟଣାରେ ସଂପୃକ୍ତ 4 ଜଣଙ୍କୁ ଗିରଫ କରିଛି କ୍ରଇମବ୍ରାଞ୍ଚ୍ ଏସଟିଏଫ୍ । ତେବେ ଏହି ବ୍ରାଉନସୁଗାର ଚାଲାଣ କାରବାର ରକେଟର ମାଷ୍ଟରମାଇଣ୍ଡ କିଏ ? ଆଉ କେଉଁ ମାନେ ଏହି କାରବାରରେ ସାମିଲ ଅଛନ୍ତି ସେନେଇ ଅଧିକ ପଚରାଉଚରା ଜାରି ରହିଛି ।
