
ଆଜି ଦିଲ୍ଲୀ ହାଇକୋର୍ଟ ମହାରାଜା ଅଗ୍ରାସେନ ମେଡିକାଲର ଏକ ଶୁଣାଣି ସମୟରେ କହିଛନ୍ତି ଯେ ଯଦି କୌଣଷି ଅଫିସର ଅକ୍ସିଜେନ ଟ୍ୟାଙ୍କର ଯିବା ଆସିବାରେ ଅବରୋଧ କରନ୍ତି ତାହେଲେ ଆମେ ସେମାନଙ୍କୁ ଫାସି ଖୁଣ୍ଟରେ ଝୁଲାବୁ ।
ଜଷ୍ଟିସ ବିପିନ୍ ସଘାଂଇ ଏବଂ ରେଖା ପାଲ୍ଲୀ ମହାରାଜା ଅଗ୍ରେସନ ମେଡିକାଲର ଶୁଣାଣି ସମୟରେ କରୋନା ଚିକିତ୍ସିତ ହେଉଥିବା ରୋଗି ମାନଙ୍କୁ ଅକ୍ସିଜେନ ଯୋଗାଇବାରେ ସମସ୍ୟା ଉପରେ ଅବଲୋକନ କରି ଏହି ମନ୍ତବ୍ୟ ଦେଇଛନ୍ତି । ଏହି ଅବସରରେ କୋର୍ଟ ଦିଲ୍ଲୀ ସରକାରଙ୍କୁ କହିଥିଲେ ଯେ କିଏ ଅକ୍ସିଜେନ ଯୋଗାଣରେ ବାଧା ସୃଷ୍ଟି କରୁଛନ୍ତି ତାହାର ଏକ ଉଦାହରଣ ଆମକୁ ଦିଅନ୍ତୁ ଆମେ ତାଙ୍କୁ ଫାସିରେ ଝୁଲାଇବୁ ।

