
ଅନୁଗୁଳ ଜିଲ୍ଲାରେ ତାଳଚେର ପୌରପାଳିକା ପ୍ରଥମ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି। ଗତଦୁଇଦିନରେ ୩୦ରୁ ଅଧିକ ସଂକ୍ରମିତଙ୍କ ଚିହ୍ନଟ ପରେ ୧୩ ନମ୍ବର ୱାର୍ଡକୁ କଣ୍ଟେନମେଣ୍ଟ ଜୋନ କରାଯାଇଛି ।
ତାଳଚେର ପୌରାଂଚଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ସେଠାରୁ ପ୍ରତିଦିନ ପ୍ରାୟ ୨୦ରୁ ୨୫ ଜଣ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରିପୋର୍ଟ ଅନୁଯାୟୀ ଗତ ୩ଦିନରେ ୭୦ରୁ ଅଧିକ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେଠାକାର ୧୩ ନମ୍ବର ୱାର୍ଡ ନବ ମିଶ୍ର କଲୋନୀରୁ ୩୬ରୁ ଅଧିକ ଚିହ୍ନଟ ହେବା ପରେ ପୌର ପ୍ରଶାସନ ଏହି ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ।