ଦିଲ୍ଲୀରେ ହାହାକାର : ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅକ୍ସିଜେନ ଦେବାକୁ ଅରବିନ୍ଦ କେଜ୍ରିୱାଲ ନିବେଦନ କଲେ-

ଦିଲ୍ଲୀରେ ହାହାକାର : ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଅକ୍ସିଜେନ ଦେବାକୁ ଅରବିନ୍ଦ କେଜ୍ରିୱାଲ ନିବେଦନ କଲେ-

ଦିଲ୍ଲୀର ମେଡିକାଲ ମାନଙ୍କରେ ଦେଖଯାଇଥିବା ଅକ୍ସିଜେନ ଅଭାବର ଭଳି ଆସନ୍ନ ବିପତି ସମୟରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ମାନଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଚିଠି ଲେଖି ଯଦି କିଛି ବଳକା ଅକ୍ସିଜେନ ଅଛି ଦିଲ୍ଲୀକୁ ଦେବାକୁ ସେ ମାଗିଛନ୍ତି । ଦିଲ୍ଲୀର ଏହିପରି କରୁଣ ସମୟରେ ଅକ୍ସିଜେନ ଅଭାବରୁ ଦିଲ୍ଲୀର ଗିଟିବି ଏବଂ ରାଜିବ ଗାନ୍ଧୀ ମେଡିକାଲର ବେଡରୁ ୫୦ ଭାଗ କମାଇ ଦିଆଯାଇଛି । ଅକ୍ସିଜେନର ବହୁଳ ଅଭାବରେ ଦିଲ୍ଲୀର ଡାକ୍ତରମାନେ ସୋସିଆଲ ମିଡିଆରେ ମେସେଜ କରିବା ଜାରି ରଖିଛନ୍ତି । ଏଥିରୁ ଦିଲ୍ଲୀର ସ୍ୱାସ୍ଥ୍ୟ ବ୍ୟବସ୍ଥା କିପରି ଭାବରେ ଭୁଷୁଡି ପଡିଛି ତାହା ଅନୁମାନ କରିବା ସହଜ ।

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅଜି କହିଛନ୍ତି ମୁଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଅନୁରୋଧ କରୁଛି ଯଦି ସେମାନଙ୍କ ପାଖରେ ବଳକା ଅକ୍ସିଜେନ ଅଛି ତାହାକୁ ଦିଲ୍ଲୀକୁ ଯୋଗାଇ ଦିଅନ୍ତୁ । 

ତାଙ୍କ ପତ୍ରରେ ସେ କହିଛନ୍ତି ଦିଲ୍ଲୀରେ କୌଣଷି ଅକ୍ସିଜେନ ଉତ୍ପାଦନ ନାହିଁ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆ ଯାଇଥିବା ସାହାଯ୍ୟ ମଧ୍ୟ ଅବାବ ପଡୁଛି ।

ଏହିଭଳି ବିଷମ ପରିସ୍ଥିତିରେ କୌଣଷି ପ୍ରକାରେ ଦିଲ୍ଲୀକୁ ସାହାଯ୍ୟ କରିବାକୁ ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *