୪୦ କିଗ୍ରା ଗଞ୍ଜେଇ ସହ କାର ଜବତ, ଦୁଇ ଗଞ୍ଜେଇ ମାଫିଆ ଗିରଫ

୪୦ କିଗ୍ରା ଗଞ୍ଜେଇ ସହ କାର ଜବତ, ଦୁଇ ଗଞ୍ଜେଇ ମାଫିଆ ଗିରଫ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ ହାତରେ ଗଞ୍ଜେଇ ମାଫିଆ । ଜବତ ହେଲା 2 ବସ୍ତା ଗଂଜେଇ । ପୋଲିସ ଫିରିଙ୍ଗିଆ ବ୍ଳକ ଅଂଚଳର ମାଲା ପଟରୁ ଭୁବନେଶ୍ୱରକୁ ଚାଲାଣ ହେଉଥିବା ଏକ ଗଞ୍ଜେଇ ଭର୍ତ୍ତି କାରକୁ ଜବତ କରିଛି । ଏହି ଚଢ଼ାଉ ବେଳେ କାରରୁ ଦୁଇଟି ବସ୍ତାରେ ୪୦ କିଗ୍ରା ୪ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି ।

ଏହାସହିତ ସେହି କାରକୁ ଜବତ କରି ଚାଲାଣ କାର୍ଯ୍ୟରେ ଲିପ୍ତ ଥିବା ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ଅଂଚଳର ମାଝିପଡା ଘାଟିରେ ପୋଲିସ ଏକ ମାରୁତୀ କାର (ଓଆର ୦୨-ଏଏକ୍ସ ୪୨୫୮) କାରକୁ ତଲାସି କରିଥିଲା ।

ପୋଲିସ କାର ସମେତ ଗଞ୍ଜେଇ ଜବତ କରିବା ସହିତ ଫିରିଙ୍ଗିଆ ଅଂଚଳର ସାନୁଜ କହଁର(୨୫) ଏବଂ ପବିଙ୍ଗିଅଅର କୁବେର ଦିଗାଲ(୫୪)କୁ ଗିରଫ କରିବା ସହିତ ଏହି ସଂକ୍ରନ୍ତରେ ଏକ ମାମଲା ୪୮/୨୧ ରୁଜ୍ଜୁ କରିବାସହିତ ଅଭିଯୁକ୍ତ ମାନଙ୍କୁ ଅଅଜି କୋର୍ଟ ଚାଲାଣ କରିଥିବା ନେଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓଙ୍କ ସୂତ୍ରରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *