ଭୟଙ୍କର ଅଗ୍ନିକାଣ୍ଡରେ ୮ ଗୋରୁ ଜୀବନ୍ତ ଦଗ୍ଧ,୨ ଗୁରୁତର

ଭୟଙ୍କର ଅଗ୍ନିକାଣ୍ଡରେ ୮ ଗୋରୁ ଜୀବନ୍ତ ଦଗ୍ଧ,୨ ଗୁରୁତର

ନିଆଁ ଲାଗି ୮ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏପରି ଘଟଣା ଘଟିଛି କାକଟପୁର ଥାନା ଅନ୍ତର୍ଗତ ଜଳେଶ୍ୱରପଡ଼ା ଗ୍ରାମପଞ୍ଚାୟତ ର କରୁଣା ଗାଁ ରେ । ସୁଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସେହି ଗ୍ରାମରେ ରହୁଥିବା ମୁରଲୀ ଜେନାଙ୍କ ଗୁହାଳରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା ଯେଉଁଥିରେ ୮ ଗାଈ ଜୀବନ୍ତଦଗ୍ଧ,୨ ଗାଈ ଗୁରୁତର ଆହତ ହୋଇପଡ଼ିଛନ୍ତି । ଯାହାଫଳରେ ଆହାତ ଥିବା ପଶୁଙ୍କୁ ନିକଟରେ ଥିବା ପଶୁ ଡ଼ାକ୍ତଖାନାରେ ଭର୍ତ୍ତି କରାଯାଇଛି । ତେବେ ନିଆଁର ପ୍ରକୋପ ଏତେ ମାତ୍ରାରେ ଥିଲା ସେ ଏହା ସଙ୍ଗେ ସଙ୍ଗେ ଚାରିଆଡ଼କୁ ବ୍ୟାପିଯାଇଥିଲା । ପରେ ଗ୍ରାମବାସୀଙ୍କ ଦ୍ୱାରା ଏହି ନିଆଁକୁ ଆୟତ କରାଯାଇଛି

Leave a Reply

Your email address will not be published. Required fields are marked *