କୋଭାକ୍ସିନର ଦର ଧାର୍ଯ୍ୟ, ରାଜ୍ୟ ସରକାରଙ୍କୁ ଡୋଜ୍ ପିଛା ୬ ଶହ ଓ ଘରୋଇ ହସ୍ପିଟାଲକୁ ୧୨ ଶହ ଟଙ୍କା

କୋଭାକ୍ସିନର ଦର ଧାର୍ଯ୍ୟ, ରାଜ୍ୟ ସରକାରଙ୍କୁ ଡୋଜ୍ ପିଛା ୬ ଶହ ଓ ଘରୋଇ ହସ୍ପିଟାଲକୁ ୧୨ ଶହ ଟଙ୍କା

ପୂର୍ବରୁ ସେରମ କୋଭିସିଲ୍ଡ ଭ୍ୟାକ୍ସିନର ଦର ଘୋଷଣା କରିଥିବା ବେଳେ ଆଜି ଭାରତ ବାୟୋଟେକ୍ ପକ୍ଷରୁ ଦେଶୀ ଟିକା କୋଭାକ୍ସିନର ଦର ଘୋଷଣା କରାଯାଇଛି ।ରାଜ୍ୟ ସରକାର କୋଭାକ୍ସିନ୍ ଡୋଜ୍ ପିଛା ୬୦୦ ଟଙ୍କାରେ କିଣିବେ । ଘରୋଇ ହସ୍ପିଟାଲକୁ କୋଭାକ୍ସିନ୍ ଡୋଜ୍ ପିଛା ୧୨୦୦ ଟଙ୍କା ଦେବାକୁ ପଡ଼ିବ ।ଏଥିସହ ରପ୍ତାନୀ ଲାଗି ଡୋଜ୍ ପିଛା ୧୫ରୁ ୨୦ ଡଲାର ଦାମ ରହିବ ବୋଲି ଭାରତ ବାୟୋଟେକ୍ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାର କୋଭାକ୍ସିନ୍ ଡୋଜ୍ ପିଛା ୧୫୦ ଟଙ୍କାରେ କିଣିବେ । ଉତ୍ପାଦନର ୫୦ ପ୍ରତିଶତ ଭ୍ୟାକ୍ସିନ୍ କେନ୍ଦ୍ର ନେବ ।

ବାକି ୫୦ ପ୍ରତିଶତ ଭ୍ୟାକ୍ସିନ୍ ରାଜ୍ୟ ଓ ଘରୋଇ ହସ୍ପିଟାଲ ସିଧାସଳଖ କିଣିବେ । ମେ\’ ୧ରୁ ଦେଶରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ କରୋନା ଟିକାକରଣ ଆରମ୍ଭ ହେବ । ଦେଶରେ ଏବେ କୋଭାକ୍ସିନ୍ ଓ କୋଭିସିଲ୍ଡ ୨ଟି ଟିକା ଦିଆଯାଉଛି । ପୂର୍ବରୁ କୋଭିସିଲ୍ଡ ଟିକା ଦାମ ସେରମ ଇନଷ୍ଟିଚ୍ୟୁଟ୍ ଘୋଷଣା କରିଥିଲା । ସେହିପରି କୋଭିସିଲ୍ଡ ଡୋଜ୍ ପିଛା ରାଜ୍ୟ ସରକାର ୪୦୦ ଟଙ୍କା ଓ ଘରୋଇ ହସ୍ପିଟାଲକୁ ୬୦୦ ଟଙ୍କା ଦେବାକୁ ପଡ଼ିବ । 

Leave a Reply

Your email address will not be published. Required fields are marked *