ଚେନ୍ନାଇର ସାର୍ ଜାଡେଜାଙ୍କ ଝଡରେ ରୟାଲ ଚ୍ୟଲେଞ୍ଜର ବେହାଲ୍‌

ଚେନ୍ନାଇର ସାର୍ ଜାଡେଜାଙ୍କ ଝଡରେ ରୟାଲ ଚ୍ୟଲେଞ୍ଜର ବେହାଲ୍‌

ବ୍ୟଟିଙ୍ଗ୍‌, ବୋଲିଂ, ଫିଲ୍ଡିଂ ଏମିତି ଏଥିରୁ ତିନୋଟି ଯାକରେ ମାହିର ଭାରତୀୟ ଦଳର ଅଲ-ରାଉଣ୍ଡର ସାର୍ ରବିନ୍ଦ୍ର ଜାଡେଜା । ଆଜି ଚେନ୍ନାଇର ଚିପକ୍ ଷ୍ଟାଡିୟମରେ ଚେନ୍ନାଇ ସୁପର୍ କିଙ୍ଗ ଏବଂ ରୟାଲ ଚ୍ୟଲେଞ୍ଜର ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସାର୍ ରବିନ୍ଦ୍ର ଜାଡେଜାଙ୍କର ଝଡରୁ ବେହାଲ ହୋଇଯାଇଛନ୍ତି ବିରାଟ ବାହିନୀ । 

ବିରାଟ ବାହିନୀଙ୍କୁ ସବୁ ବିଭାଗରେ ସାର୍ ରବିନ୍ଦ୍ର ଜାଡେଜା ମାତ୍ ଦେଇ ଚେନ୍ନାଇକୁ ବିଜୟୀ କରାଇଛନ୍ତି । ବ୍ୟାଟିଂ ରେ ମହତ୍ୱପୁର୍ଣ୍ଣ ୨୮ବଲରୁ ୬୨ ରନ୍ ସଂଗ୍ରହ କରିଥିଲା ବେଳେ ବୋଲିଂ ରେ ୪ ଓଭର ବୋଲିଂ କରି ମାତ୍ର ୧୩ ରନ୍ ବ୍ୟୟରେ ୩ଟି ମହତ୍ୱପୁର୍ଣ୍ଣ ପ୍ରାରମ୍ଭିକ ୱିକେଟ୍ ଦଖଲ କରିଥିଲେ । ଏତିକିରେ ବି ସରି ନଥିଲା ଜାଡେଜାଙ୍କ ଜଲ୍ୱା ସୁନ୍ଦର ଫିଲ୍ଡିଂ ଜରିଆରେ ଗୋଟିଏ ରନ୍ ଆଉଟ ମଧ୍ୟ କରିଥିଲେ । ଚେନ୍ନାଇ ପକ୍ଷରୁ ୨୦ ଓଭର ରେ ବିରାଟ ବାହିନୀକୁ ୧୯୨ ରନ୍‌ର ବିଜୟ ଲକ୍ଷ ଦେଇଥିଲା ବେଳେ ବିରାଟ ବାହିନୀ ୨୦ ଓଭର ଖେଳରେ ୯ ୱିକେଟ୍ ହରାଇ ମାତ୍ର ୧୨୨ ରନ୍ ସଂଗ୍ରହ କରିପାରିଥିଲା ।

Leave a Reply

Your email address will not be published. Required fields are marked *