ବର କରୋନା ସଂକ୍ରମିତ ହୋଇଥିବାରୁ ପିପିଇ କିଟ୍ରେରେ କନ୍ୟା ଆସି ମେଡିକାଲରେ ବିବାହ ହୋଇଥିଲେ:

ବର କରୋନା ସଂକ୍ରମିତ ହୋଇଥିବାରୁ ପିପିଇ କିଟ୍ରେରେ କନ୍ୟା ଆସି ମେଡିକାଲରେ ବିବାହ ହୋଇଥିଲେ:

ସମଗ୍ର ଭାରତରେ କରୋନାର ପ୍ରଭାବ ଲାଗି ରହିଛି । ଏହାକୁ ଦୃଷ୍ଟିରେ ରଖି ସବୁ ରାଜ୍ୟ ବିଭିନ୍ନ କେରଳ,କଟକଣା ଲଗାଇଛନ୍ତି । ହେଲେ କେରଳରେ ଏହିଭଳି ସମୟରେ କିଛ ଭିନ୍ନ ଚିତ୍ର । କେରଳର ଅଲାପୁଝା ଜିଲ୍ଲାରେ ବରପାତ୍ର ଜଣକ କରୋନାରେ ସଂକ୍ରମିତ ହୋଇଥିବାରୁ କନ୍ୟାଙ୍କୁ ପିପିିିଇ କିଟ୍ ପରିଦାନ କରି ଜିଲ୍ଲାପାଳଙ୍କ ଅନୁମତିରେ ମେଡିକାଲ ପରିଷରରେ ଆଜି ବିବାହ କରିଛନ୍ତି । 

କରୋନାରେ ପିଡିତ ହୋଇ ବରପାତ୍ର ଜଣକ ମେଡିକାଲରେ ଚିକିତ୍ସିତ ହେଉଥିବାରୁ ଏହି ପରି କିଛି ଘଟଣା ଆଜି ଘଟିଛି କେରଳରେ । ସରଥ ସୋମ ଏବଂ ଅଭିରାମଙ୍କର ବିବାହ ଆଜି ଏପ୍ରିଲ ୨୫ ରେ ହେବାକୁ ସ୍ଥିର ହୋଇଥିଲା । ସରଥ ବାହରେ କାମ କରନ୍ତି, ସେ କରୋନାରେ ପିଡିତ ହେବା ସହିତ ତାଙ୍କର ମା ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ । ହେଲେ ଶେଷରେ ବର ଓ କନ୍ୟା ଦୁହେଁ ଏହିପରି ଭାବରେ ବିବାହ କରିବାକୁ ସ୍ଥିର କରିଥିଲେ ।

 ସେମାନେ ତାଙ୍କର ଏହି ଯେଜନା ବିଷୟରେ ଉଭୟଙ୍କର ପରିବାରକୁ ଜଣାଇଥିଲେ ଏବଂ ପରିବାର ତାଙ୍କର ଏହି ନିଷ୍ପତିରେ ମୋହର ଲଗାଇବା ପରେ ଆଜି ଏପ୍ରିଲ ୨୫ ରେ ସେମାନଙ୍କର ବିବାହ ହୋଇଥିଲା । ଏହା ପରେ ଜିଲ୍ଲାପାଳଙ୍କ ନିକଟରୁ ଅନୁମତି ଆଣି ପରିବାର ସଦସ୍ୟ ଏବଂ କନ୍ୟା ପିପିଇ କିଟ୍ ପିନ୍ଧୀ ମେଡିକାଲ ରେ ପହଁଚି ଥିଲେ ଏବଂ ସେଠାରେ ସେମାନଙ୍କର ବିବାହ ହୋଇଥିଲା ।

Leave a Reply

Your email address will not be published. Required fields are marked *