ଯୁବ ଓଡିଆ ବୈଜ୍ଞାନିକଙ୍କର କରୋନା ସଂକ୍ରମଣରେ ବେଙ୍ଗାଲୁରୁରେ ମୃତ୍ୟୁ

ଯୁବ ଓଡିଆ ବୈଜ୍ଞାନିକଙ୍କର କରୋନା ସଂକ୍ରମଣରେ ବେଙ୍ଗାଲୁରୁରେ ମୃତ୍ୟୁ

କରୋନା ନେଲା ଯୁବ ବୈଜ୍ଞାନିକଙ୍କ ଜୀବନ । ବେଙ୍ଗାଲୁରୁରେ ଯୁବ ଓଡିଆ ବୈଜ୍ଞାନିକଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । 

ମୃତ ଯୁବ ବୈଜ୍ଞାନିକ ହେଲେ ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗାଁର ପ୍ରିୟଶ୍ଲୋକ ଆର୍ଯ୍ୟ। ସେ ବିଶିଷ୍ଟ ଓଡିଶା ଲେଖକ ଆର୍ଯ୍ୟ ୟଜ୍ଞଦତ୍ତ ଆର୍ଯ୍ୟଙ୍କ ପୁତ୍ର ଥିଲେ। ସେ ଯାଜପୁର ଜିଲ୍ଲାର ବ୍ରଜସୁନ୍ଦର ଉଚ୍ଚ ବିଦ୍ୟାଳୟରୁ ପାଠ ପଢିଥିଲେ । ଜାମସେଦପୁରରୁ ଏନଆଇଟିରୁ ଇଞ୍ଜିନିୟରିଂ ଶିକ୍ଷା ଶେଷ କରିବା ପରେ ଯିବା ପୂର୍ବରୁ ବାଲେଶ୍ବରର ଚାନ୍ଦିପୁର ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ରେ ବୈଜ୍ଞାନିକ ଭାବରେ ଯୋଗ ଦେଇଥିଲେ। ଏହାପରେ ସେ ବେଙ୍ଗାଲୁରୁରେ ବୈଜ୍ଞାନିକ ଭାବରେ କାର୍ଯ୍ୟ କରୁଥିଲେ ।

ପ୍ରିୟଶ୍ଲୋକଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ବେଙ୍ଗାଲୁରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ 43 ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ଖବରରେ ଚାରିଆଡ଼େ ଶୋକର ଛାୟା ଖେଳଯାଇଛି ।

Leave a Reply

Your email address will not be published. Required fields are marked *